ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତଙ୍କ ପରଲୋକ

Advertisment
ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୧୯୩୭ ମସିହାରେ ସେ ଜଗତସିଂହପୁର ଜିଲ୍ଲାର ହଳଦିଆପଡ଼ା ସ୍ଥିତ ମଧ୍ୟଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୭୦ ଦଶକରୁ ଦୀର୍ଘ ୬୦ ବର୍ଷ ଧରି ରାଜନୀତି ବିଜ୍ଞାନରେ ଅନେକ ପାଠ୍ୟ ପୁସ୍ତକ ରଚନା କରିଛନ୍ତି।

ସେ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ଗତ ତାରିଖ ମଧ୍ୟ ରାତ୍ରରେ ଭୁବନେଶ୍ବର ସ୍ଥିତ ଲୁଇସ୍ ରୋଡ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ବଡ଼ ପୁଅ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ରାଉତ, କନ୍ୟା ଶ୍ରୀମତୀ ସ୍ମିତା ରାଉତ, ଅତିରିକ୍ତ ଶାସନ ସଚିବ, ସାନ ପୁଅ ଇଂ ଦେବବ୍ରତ ରାଉତ, ଜ୍ବାଇଁ ଦେବାଶିଷ ସିଂ, ଅତିରିକ୍ତ ଶାସନ ସଚିବ, ପୁତ୍ରବଧୂ ଏବଂ ବଡ଼ ନାତିଙ୍କ ସହିତ ତାଙ୍କର ସହଧର୍ମିଣୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe