ଭୁବନେଶ୍ୱର : ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରଫେସର୍ କ୍ଷିତିଭୂଷଣ ଦାସଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU)ର ପ୍ରୋ-ଭାଇସଚାନ୍ସଲର ଭାବେ ନିଯୁକ୍ତି ମିଳିଛିି। ଶ୍ରୀ ଦାସ ବର୍ତ୍ତମାନ ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦରେ ନ୍ୟାସନାଲ ଫେଲୋ ଏବଂ ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦର ପୂର୍ବକ୍ଷେତ୍ରୀୟ ସମିତିର ଅଧ୍ୟକ୍ଷ ଅଛନ୍ତି। ଏହା ପୂର୍ବରୁ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ, ବିଭାଗୀୟ ମୁଖ୍ୟ, କୁଳସଚିବ ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ମରିସସ୍ ବିଶ୍ୱବିଦ୍ୟାଳୟରେ ଅତିଥି ପ୍ରାଧ୍ୟାପକ ଭାବେ ଦାୟିତ୍ୱ ତୁଲାଇବା ସହ ଜାପାନ୍, ୟୁକେ, ଫ୍ରାନ୍ସ ପ୍ରଭୃତି ଦେଶକୁ ନିମନ୍ତ୍ରିତ ବକ୍ତା ଭାବେ ଯାଇଛନ୍ତି।
ପ୍ରଫେସର କ୍ଷିତିଭୂଷଣ ଦାସ ‘ଇଗ୍ନୋ’ର ପ୍ରୋ-ଭାଇସଚାନ୍ସଲର
Advertisment
Follow Us