ପରଲୋକରେ ବିଶିଷ୍ଟ ଶିକ୍ଷାବିତ ପ୍ରଧ୍ୟାପିକା ପ୍ରଭାତ ନଳିନୀ ଦାସ

Advertisment
ପରଲୋକରେ ବିଶିଷ୍ଟ ଶିକ୍ଷାବିତ ପ୍ରଧ୍ୟାପିକା ପ୍ରଭାତ ନଳିନୀ ଦାସ

ଭୁବନେଶ୍ୱର: ବୁଧବାର ପୂର୍ବାହ୍ନ ୧୧ଟା ବେଳେ ବିଶିଷ୍ଟ ଶିକ୍ଷାବିତ ତଥା ଖ୍ୟାତନାମା ଇଂରାଜୀ ପ୍ରଧ୍ୟାପିକା ପ୍ରଭାତ ନଳିନୀ ଦାସଙ୍କର ସ୍ଥାନୀୟ ସହିଦ ନଗର ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।

ପ୍ରଫେସର ବିଧୁ ଭୂଷଣ ଦାସଙ୍କ ପତ୍ନୀ ପ୍ରଭାତ ନଳିନୀ ୧୯୨୭ ମସିହା ଡିସେମ୍ବର ୧୯ ତାରିଖରେ ଜନ୍ମ ଗ୍ରହଣ ଥିଲେ। ୧୯୪୪ରେ ରେଭେନ୍‌ସା ଗାର୍ଲସ୍‌ ସ୍କୁଲ୍‌ରୁ ମାଟ୍ରିକ୍‌ ଓ ୧୯୪୮ରେ ରେଭେନ୍‌ସା ମହାବିଦ୍ୟାଳୟରୁ ସ୍ନାତକ ଏବଂ ୧୯୫୦ରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକତ୍ତୋର ହାସଲ କରିଥିଲେ ପ୍ରଭାତ ନଳିନୀ। ଏଥିସହ ସେ ୧୯୫୩-୫୪ ମସିହାରେ ପ୍ରସିଦ୍ଧ ଫୁଲବ୍ରାଇଟ୍ ସ୍କଲାରସିପ୍ ଲାଭ କରି ଇଂରାଜୀ ଭାଷାସାହିତ୍ୟ ବିଭାଗରେ ଅାମେରିକାର ମିନାସୋଟା ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହୋଇଥିଲେ।  ସେ ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଲେଡି ଶ୍ରୀରାମ କଲେଜର ଇଂରାଜୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ଆଇଆଇଟି କାନପୁର, ରାଞ୍ଚି ବିଶ୍ୱବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷାସାହିତ୍ୟ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟକରି ଅାମେରିକାର ନର୍ଥ ହିଲ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସଚାନ୍ସେଲର୍‌ ଭାବେ ଅବସ୍ଥାପିତ ହୋଇଥିଲେ।

ସେ ଇଂରାଜୀରେ ଅନେକଗୁଡ଼ିଏ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଦ କ୍ୟାପଟିଭ୍‌ ଆଣ୍ଡ ଦ ଫ୍ରି: ଏସେଜ୍‌ ଇନ୍‌ କ୍ରିଷ୍ଟିସିଜିମ୍‌ ଆଣ୍ଡ ଆସ୍‌ଥେଟିକସ୍‌ (ସମାଲୋଚନା, ୧୯୬୯), ଫ୍ଲେଜର ଆଣ୍ଡ ପ୍ରଫିଟ୍‌ (ସମ୍ପାଦନା,୧୯୮୨), ଦ ଓ୍ଵାଇଲ୍ଡ ହାରଭେଷ୍ଟ (୧୯୯୩), ନନ୍ଦିକା କେଶରୀ (ମନୋରଞ୍ଜନ ଦାସଙ୍କ ନାଟକର ଇଂରାଜୀ ଅନୁବାଦ, ୨୦୦୦) ଇତ୍ୟାଦି ପୁସ୍ତକ ପ୍ରଭାତ ନଳିନୀ ଦାସ ରଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe