ଭୁବନେଶ୍ବର: ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରେ ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓୟୁଏଟିର ନୂଆ କୁଳପତି ଭାବେ ପ୍ରଫେସର ରାଉଳଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। କୁଳପତି ଭାବେ ଯୋଗଦେବା ଠାରୁ ପ୍ରଫେସର ରାଉଳ ଏହି ପଦବିରେ ତିନି ବର୍ଷ ପାଇଁ କାମ କରିବେ।
ସୂଚନାଯୋଗ୍ୟ, ପ୍ରଫେସର ରାଉଳ ବର୍ତ୍ତମାନ ଏପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପାଖରେ ୨୯ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି। ତାଙ୍କ ଦ୍ବାରା ୨୪ଟି ପୁସ୍ତକ ପ୍ରକାଶ ପାଇଥିବା ବେଳେ ସେ ୯ ଜଣ ପିଏଚ୍ଡି ସ୍କଲାରଙ୍କୁ ମାର୍ଗଦର୍ଶନ ଦେଇଛନ୍ତି।
Follow Us