ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳର ପୂର୍ବତନ ମୁଖ୍ୟ ପ୍ରଫେସର ଭେପା ରାଓଙ୍କ ସୋମବାର ଦିନ ପରଲୋକ ହୋଇଛି। ସେ ୧୯୯୬ ନଭେମ୍ବର ୫ ତାରିଖରୁ ୧୯୯୭ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଆଇଆଇଏମ୍ସି ଢେଙ୍କାନାଳରେ ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ। ପ୍ରଫେସର ରାଓଙ୍କ ବିୟୋଗରେ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ସଂସ୍ଥାନର ଅଧ୍ୟାପକ ଓ କର୍ମଚାରୀ ମର୍ମାହତ ହୋଇଛନ୍ତି। ପ୍ରଫେସର ଭେପା ରାଓ ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ସଂସ୍ଥାନ ପ୍ରତି ତାଙ୍କର ବେଶ୍ ଅବଦାନ ରହିଛି ବୋଲି ଆଇଆଇଏମ୍ସି ଢେଙ୍କାନାଳର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି।
ପ୍ରଫେସର ଭେପା ରାଓଙ୍କ ପରଲୋକ
Advertisment
Follow Us