ପ୍ରଫେସର ଅଶୋକ ଦାଶ ଓଏସ୍‌ଏଚ୍‌ଇସିର ଉପାଧ୍ୟକ୍ଷ

Advertisment
ପ୍ରଫେସର ଅଶୋକ ଦାଶ ଓଏସ୍‌ଏଚ୍‌ଇସିର ଉପାଧ୍ୟକ୍ଷ

DHE Odisha

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାଶଙ୍କୁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି)ର ଉପାଧ୍ୟକ୍ଷ ପଦବିରେ ନିଯୁକ୍ତ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ୬ ବର୍ଷ ଲାଗି ସେ ଏହି ପଦବିରେ ରହିବେ କିମ୍ବା କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବୟସ ୭୦ ଛୁଇଁଲେ ଅବସର ଗ୍ରହଣ କରିବେ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୁଳପତି ଥିବା ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍‌ ଏ+ ଗ୍ରେଡ୍‌ ପ୍ରଦାନ ଦିଗରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା। ତାଙ୍କର ୩ ବର୍ଷର କାର୍ଯ୍ୟାଳୟ ମଧ୍ୟରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବେଶ ଆଗକୁ ବଢ଼ିଛି। ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ କ୍ଷେତ୍ରରେ ବି ତାଙ୍କର ଅବଦାନ ରହିଛି। ପ୍ରଫେସର ଦାଶଙ୍କ ନିଯୁକ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଉଚ୍ଚଶିକ୍ଷାକୁ ଆଗକୁ ନେବା କ୍ଷେତ୍ରରେ ତାଙ୍କ ନିଯୁକ୍ତି ବେଶ୍‌ ସହାୟକ ହେବ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe