ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାଉରୀବନ୍ଧୁ କରଙ୍କ ପରଲୋକ

Advertisment
ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାଉରୀବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ ତଥା ଜଣାଶୁଣା ସାହିତ୍ୟ ସମୀକ୍ଷକ ପ୍ରଫେସର ବାଉରୀବନ୍ଧୁ କରଙ୍କର ଶୁକ୍ରବାର ପରଲୋକ ହୋଇଛି। ଆଜି ସଂଧ୍ୟାରେ ହୃଦଘାତରେ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କର ବିୟୋଗରେ ଓଡ଼ିଆ ସାହିତ୍ୟ ଓ ଶିକ୍ଷା ପରିସରରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

୧୯୫୧ ମସିହାରେ ଯାଜପୁର ଜିଲ୍ଲାର କବୀରପୁର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ପ୍ରଫେସର କର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ ଅବସ୍ଥାପିତ ଥିଲେ। ଜଣେ ଛାତ୍ର ବତ୍ସଳ ପ୍ରାଧ୍ୟାପକ ହେବା ସହ ଜଣେ ଉଚ୍ଚକୋଟୀର ସାହିତ୍ୟ ସମାଲୋଚକ ଓ ସମୀକ୍ଷକ ଏବଂ ସୁବକ୍ତା ଭାବେ ବେଶ ପରିଚିତ ଥିଲେ।

ତାଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଓ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଆଦି ଉପାଦେୟ ଗ୍ରନ୍ଥ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଛି। ଏହା ବ୍ୟତୀତ ସେ ବହୁ ସମୀକ୍ଷାମୂଳକ ଗ୍ରନ୍ଥ ରଚନା କରିଯାଇଛନ୍ତି। ସେ ମଧ୍ୟରୁ ନାନା ଆଲୋଚନା,ଚିନ୍ତନ ଅନୁଚିନ୍ତନ, ସମାଲୋଚନା ଭାରତୀ ଅନ୍ୟତମ। ଜଣାଶୁଣା ଶ୍ରମିକ ନେତା ସ୍ୱର୍ଗତଃ ସୌରୀବନ୍ଧୁ କର ତାଙ୍କର କନିଷ୍ଠ ଭ୍ରାତା ଥିଲେ। ଭୁବନେଶ୍ବରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe