ପ୍ରଫେସର ଦୀନବନ୍ଧୁ ସାହୁ ଏଫ୍‌ଏମ୍‌ୟୁର ନୂଆ କୁଳପତି

Advertisment
ପ୍ରଫେସର ଦୀନବନ୍ଧୁ ସାହୁ ଏଫ୍‌ଏମ୍‌ୟୁର ନୂଆ କୁଳପତି

ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଦୀନବନ୍ଧୁ ସାହୁ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଶ୍ରୀ ସାହୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ପ୍ରଫେସର ଥିଲେ। ୨୬ ବର୍ଷ ଧରି ଅଧ୍ୟାପନା କ୍ଷେତ୍ରରେ ଥିବା ବେଳେ ଅନେକ ସଫଳତା ହାସଲ କରିଛନ୍ତି। ସେ ୧୩ଟିରୁ ଅଧିକ ସମ୍ମାନ ତଥା ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି।

ସୂଚନାଯୋଗ୍ୟ; ପ୍ରଫେସର ଶ୍ରୀ ସାହୁ ପରିବେଶ ଉପରେ ଗବେଷଣା କରିବାକୁ ଭଲ ପାଆନ୍ତି। ତାଙ୍କ ଦ୍ବାରା ୨୦୦୧ ମସିହାରେ ‘ସିୱିଡ୍‌ସ ଅଫ୍‌ ଇଣ୍ଡିଆନ୍‌ କଷ୍ଟ’ ନାମକ ଏକ ପୁସ୍ତକ ରଚନା ହୋଇଛି। ସେହିପରି ସେ ରୟ ଚୌଧୁରୀଙ୍କ ସହ ମିଶି ୨୦୦୯ ମସିହାରେ ‘ଚିଲିକା: ଦ ଅନ୍‌ଟୋଲ୍‌ଡ ଷ୍ଟୋରୀ’ ନାମକ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯାହା ଦେଶବିଦେଶରେ ପ୍ରଦର୍ଶିତ ହେବା ସହ ଅନେକ ପ୍ରଶଂସା ସାଉଁଟିପାରିଛି। ତେବେ ଏପରି ସମୟରେ କଳାର ସହର ବାଲେଶ୍ବର ଶ୍ରୀ ସାହୁଙ୍କ କର୍ମକ୍ଷେତ୍ର ହେବାକୁ ଯାଉଥିବା ବେଳେ ସେ ବିଶ୍ବବିଦ୍ୟାଳୟର ଇତିହାସରେ ନୂଆ ଫର୍ଦ ଯୋଡ଼ିବାରେ ସକ୍ଷମ ହେବେ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe