Professor fired for using fake certificate to get job: 7 years' salary to be recovered
ଜଗତସିଂହପୁର: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକଙ୍କୁ ଜଗତସିଂହପୁର ଉପ ଜିଲ୍ଲାପାଳ ବହିଷ୍କାର କରିଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜରେ ୮ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥି କାର୍ଯ୍ୟ କରୁଥିଲେ। ଏମ୍କମ୍ ନକଲି ସାର୍ଟିଫିକେଟ ଦେଇ ସେ ୨୦୧୮ ମସିହାରୁ ଚାକିରୀ କରୁଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ମସିହାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ତଦନ୍ତ କରିଥିଲେ। ତଦନ୍ତରେ ସିକିମ ରାଜ୍ୟର ଏକ ଫେକ୍ ବିଶ୍ବବିଦ୍ୟାଳୟରୁ ଏମ୍କମ୍ ପାସ କରିଥିବା ନକଲି ସାର୍ଟିଫିକେଟ ଦେଇଥିବା ଜଣା ପଡିଥିଲା।
ତେବେ କମିଟି ରିପୋର୍ଟ ଦେବାପରେ ଗତ ୬ତାରିଖରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ୭ବର୍ଷ ଧରି ନେଇଥିବା ଦରମାକୁ ଆଦାୟ କରିବାକୁ ନିର୍ଦ୍ଦେଶ ରହିଛି।
ସୂଚନା ଅନୁଯାୟୀ ଶତପଥୀଙ୍କ ଏମ କମ ସାର୍ଟିଫିକେଟ ନକଲି ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାର ତଦନ୍ତ ପାଇଁ ୨୦୨୨ ମସିହାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇ ଟିମକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଏହି ଟିମ ସିକିମର ୨୦୧୫ ମସିହାରେ ଭାଙ୍ଗି ଯାଇଥିବା ଏକ ଇନଭରସିଟିର ଏମକମ ପ୍ରମାଣ ପତ୍ର ହୋଇଥିବାରୁ ଏହା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଥିଲା।
/filters:format(webp)/sambad/media/media_files/2025/09/15/whatsapp-image-2025-09-15-19-27-12.jpeg)
ଶେଷରେ ଏହି ସମ୍ପର୍କରେ କେହି ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚ ଶିକ୍ଷା ବିଭାଗର ଟିମ ଘଟଣାର ତଦନ୍ତ କରି ୟୁନିଭରସିଟି ଭାଙ୍ଗିବାର ୨ ବର୍ଷ ପରେ ଏହି ପ୍ରମାଣ ପତ୍ର ଆଣିଥିବା ଜଣାପଡିଥିଲା। ଯେଉଁ ଆଧାରରେ ରିଜିଓନାଲ ଡାଇରେକ୍ଟର କଲେଜର ସଭାପତି ଥିବା ଉପଜିଲ୍ଲାପାଳଙ୍କୁ ଚିଠି କରି ତୁରନ୍ତ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେବା ସହ ୮ ବର୍ଷର ନେଇଥିବା ଦରମା ବାବଦକୁ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ ଅର୍ଥ ସମେତ ଉକ୍ତ ଅଧ୍ୟାପକ ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ପାଇଁ ନିର୍ଦେଶ ରହିଥିଲା।
/filters:format(webp)/sambad/media/media_files/2025/09/15/whatsapp-image-2025-09-15-19-30-00.jpeg)
/filters:format(webp)/sambad/media/media_files/2025/09/15/whatsapp-image-2025-09-15-19-30-39.jpeg)
/filters:format(webp)/sambad/media/media_files/2025/09/15/whatsapp-image-2025-09-15-19-31-11.jpeg)
ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଏନେଇ ସମ୍ପାଦକ ତଥା ପ୍ରିନ୍ସପାଲ କୃଷ୍ଣପ୍ରସାଦ ମହାନ୍ତି ଙ୍କୁ ପତ୍ର ସଂଖ୍ୟା ୧୮୨୭୮ ରେ ଏକ ଚିଠି କରି ତୁରନ୍ତ ନକଲି ଅଧ୍ୟାପକ ସନ୍ତୋଷ ଶତପଥୀ ଙ୍କ ବହିଷ୍କାର ପାଇଁ ପଦକ୍ଷପ ଗ୍ରହଣ କରିବା ସହ ପାଇଥିବା ପ୍ରାପ୍ୟ ଫେରସ୍ତ ଓ ବାଲିକୁଦା ଥାନାରେ ଅଭିଯୋଗ ପାଇଁ ନିର୍ଦେଶ ଦେଇଥିଲେ।ଏନେଇ ଉପ ଜିଲ୍ଲାପାଳ ତରାଇ ପ୍ରତିକ୍ରିୟା ରଖି ପ୍ରକାଶ କରିଥିଲେ କି ମୁଁ ଉଚ୍ଚ ନ୍ୟାୟାଳୟରେ ଥିବାରୁ ଏହି ସମ୍ପର୍କରେ ସବିଶେଷ ତଥ୍ୟ ଆସନ୍ତା କାଲି ପ୍ରଦାନ କରିବି।
ଏନେଇ ପ୍ରିନ୍ସପାଲ କହିଥିଲେ ଯେ ରିଜିଓନାଲ ଡାଇରେକ୍ଟରଙ୍କ ନିର୍ଦ୍ଦେଶ ଆଧାରରେ ତାଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ଅର୍ଥ ଫେରସ୍ତ ପାଇଁ ନିର୍ଦେଶ ଦିଆଯାଇଛି।
/filters:format(webp)/sambad/media/media_files/2025/09/15/whatsapp-image-2025-09-15-19-32-25.jpeg)
ତେବେ ସେ ଏଭଳି ଏକା କରିଛନ୍ତି ନା ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ଅନ୍ୟ କେହି ମଧ୍ୟ ଏଭଳି ଅସାଧୁ ଉପାୟ ଅବଲମ୍ବନ କରିଛନ୍ତି ତାହାର ତଦନ୍ତ ହେବା ସହ ଦୀର୍ଘ ୫ ବର୍ଷ ଧରି ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ତଦନ୍ତରେ ବିଳମ୍ବର କାରଣ ଓ ଗଢ଼ା ଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ମଧ୍ୟ ସନ୍ଦେହ ଘେରରେ ରହିଛି। ଏପରିକି ତାଙ୍କ ନିଯୁକ୍ତି ପଛରେ କିଏ ଓ ଏହି ତଦନ୍ତକୁ ଆଜି ପର୍ଯ୍ୟନ୍ତ କିଏ ବାଟବଣା କରୁଥିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ। ବାଲିକୁଦା ଥାନାରେ ପ୍ରିନ୍ସପାଲ ଙ୍କ ପକ୍ଷରୁ ସନ୍ତୋଷ କୁମାର ଶତପଥୀ ଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି।
Follow Us