ଆଇସୋପାର୍ବ ବାର୍ଷିକ ଉତ୍ସବ: ପ୍ରଫେସର ଗଂଗାଧର ସାହୁ ସମ୍ବର୍ଦ୍ଧିତ

Advertisment
ଆଇସୋପାର୍ବ ବାର୍ଷିକ ଉତ୍ସବ: ପ୍ରଫେସର ଗଂଗାଧର ସାହୁ ସମ୍ବର୍ଦ୍ଧିତ

ସମ୍ବଲପୁର : ମଙ୍ଗଳବାର ଆଇସୋପାର୍ବ, ବୁର୍ଲା/ସମ୍ବଲପୁର ଶାଖାର ଅଷ୍ଟମ ଏବଂ ବୁର୍ଲା ସ୍ତ୍ରୀରୋଗ ଓ ପ୍ରସୂତି ସମାଜର ୩୮ତମ ବାର୍ଷିକ ସମ୍ମିଳନୀ ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ପ୍ରଫେସର ଗଂଗାଧର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବେ ସମ୍ ହସ୍ପିଟାଲ୍‌ର ଡିନ୍ ଥିବା ପ୍ରଫେସର ଗଂଗାଧର ସାହୁ ଆଇସୋପାର୍ବର ଜାତୀୟ ସଭାପତି ନିର୍ବାଚିତ ହୋଇଥିବାରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉଦ୍‌ଘାଟନୀ ଦିବସରେ ଆଇସୋପାର୍ବର ପୂର୍ବତନ ସଭାପତି ଡାକ୍ତର ମଂଜୁ ଗୀତା ମିଶ୍ର ମୁଖ୍ୟ ଅତିଥି ଏବଂ ଡାକ୍ତର ଡି. ପୁଷ୍ପଲତା, ଡାକ୍ତର ଉଷା ଶର୍ମା ଏବଂ ଡାକ୍ତର ଶାଶ୍ବତି ସାନ୍ୟାଲ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ପୃଷ୍ଠପୋଷକ ପ୍ରଫେସର ସିନ୍ଧୁନନ୍ଦିନୀ ତ୍ରିପାଠୀଙ୍କ ସହିତ ପ୍ରଫେସର ସୌଭାଗ୍ୟ କୁମାର ଜେନା, ପ୍ରଫେସର ମମତା ସୋରେନ, ପ୍ରଫେସର ଅରୁପ କୁମାର ମାଝୀ, ପ୍ରଫେସର ଭାରତୀ ମିଶ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ଡାକ୍ତର ବେଣୁଧର ପାଣ୍ଡେ, ଓଜସ୍ବିନୀ ପଟେଲ ଓ ଡାକ୍ତର ସତ୍ୟନାରାୟଣ ବେହେରାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଉଭୟ ସଂଗଠନର ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe