ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ବିଲ୍ଡ ଭାରତ ଲିଡରସିପ୍ ଆୱାର୍ଡ

Advertisment

ଯୁବ ରେଡକ୍ରସ୍ କାଉନସିଲର ତଥା ଆଇଟି ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ବିଲ୍ଡ ଭାରତ ଲିଡରସିପ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ଵରରେ ଚକ ଦେ ସୁପର-୫୦ ଅବସରରେ ହେପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମିଳନୀ ଏବଂ ନାଗରିକ ସମର୍ଦ୍ଧନା ସମାରୋହରେ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଯୁବ ରେଡକ୍ରସ୍ କାଉନସିଲର ତଥା ଆଇଟି ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ବିଲ୍ଡ ଭାରତ ଲିଡରସିପ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ଵରରେ ଚକ ଦେ ସୁପର-୫୦ ଅବସରରେ ହେପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମିଳନୀ ଏବଂ ନାଗରିକ ସମର୍ଦ୍ଧନା ସମାରୋହରେ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

8324e719-02ed-40e1-adf8-c954ff0e2fba

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦରସ୍ଥିତ ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ କାଉନସିଲର ତଥା ଆଇଟି ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ବିଲ୍ଡ ଭାରତ ଲିଡରସିପ୍ ଆୱାର୍ଡରେ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ଵର ଜୟଦେବ ଭବନ ଠାରେ ଚକ ଦେ ସୁପର-୫୦ ଅବସରରେ ହେପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମିଳନୀ ଏବଂ ନାଗରିକ ସମର୍ଦ୍ଧନା ସମାରୋହ  ଅନୁଷ୍ଠିତ ହୋଇଥିଲା।

ଯୁବ ରେଡକ୍ରସ୍ କାଉନସିଲର ତଥା ଅଧ୍ୟାପକ ଶ୍ରୀ ପଧାନଙ୍କୁ ସମାଜ ସେବା, ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଓ ଅନ୍ଧବିଶ୍ୱାସ ଉପରେ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ  ଅବଦାନ ପାଇଁ ମୁଖ୍ୟ ଅତିଥି ତଥା ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ଫାଉଣ୍ଡର ତଥା ଚେୟାରମ୍ୟାନ ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଲେଖିକା ଡ଼. ବନ୍ଦନା ହରିଚନ୍ଦନ, ସମାଜସେବୀ ଶଙ୍କର୍ଷଣ ପରିଡ଼ା, ଆଇନଜୀବୀ ଉମାକାନ୍ତ ଜେନା, ଭାଗବତ ଗୀତା ପ୍ରବଚକ ପ୍ରଫେସର ପ୍ରଦୀପ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅବିନାଶ ବାରିକ ପରିଚାଳନା କରିଥିଲେl ଉଦ୍ଧବଙ୍କ ଏହି ସଫଳତା ପାଇଁ କଲେଜର ଅଧ୍ୟକ୍ଷ ବଲ୍ଳଭ ପୁରୋହିତ, ସମ୍ପାଦକ ଚିତ୍ତରଞ୍ଜନ ପାଢ଼ୀ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe