ଦୀର୍ଘ ଦିନ ପରେ ଗୃହକୁ ଆସିଲେ ପ୍ରଫୁଲ୍ଲ ସାମଲ

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ଉ ଘଟଣା: ପଳା‌ଶପଲ୍ଲୀ ଘରୁ ୯ ଲକ୍ଷ, ବିଲ୍ଡର ସଂସ୍ଥାରୁ କାର୍‌ ଜବତ

Telegraph India

ଭୁବନେଶ୍ବର : କୋଭିଡ ମହାମାରୀ ହେବା ଦିନଠାରୁ ବିଧାନସଭା ଅଧିବେଶନରେ ବିଧାୟକ/ମନ୍ତ୍ରୀମାନଙ୍କୁ ଆଭାସୀ ଜରିଆରେ ଯୋଗଦେବାର ଅନୁମତି ମିଳିଥିଲା। ବହୁ ବିଧାୟକ/ମନ୍ତ୍ରୀ ଆଭାସୀ ଜରିଆରେ ଯୋଗ ଦେଉଥିଲେ ବି ବେଳେବେଳେ ବିଧାନସଭା ଗୃହକୁ ଆସୁଥିଲେ। କିନ୍ତୁ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଲୋକସେବା ଭବନରୁ ଆଭାସୀ ଜରିଆରେ ଯୋଗଦେଉଥିଲେ। ବେଳେବେଳେ ଆଲୋଚନାରେ ଭାଗ ନେଉଥିଲେ ନହେ‌େଲ ଦିନତମାମ୍ ଚୁପ୍ ହୋଇ ବସୁଥିଲେ।

ଏଥର ଅଧିବେଶନ ଆରମ୍ଭ ହେବା ଦିନ ବାଚସ୍ପତି କହିଥିଲେ ଯେ ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଆଭାସୀ ଜରିଆରେ ଯୋଗଦେଇପାରିବେ। ଅଧିବେଶନ ଆରମ୍ଭ ହେବା ଦିନଠାରୁ ଲୋକସେବା ଭବନରେ ଦୁଇ ପ୍ରଫୁଲ୍ଲ ଏକାଠି ବସୁଥିଲେ। ଏହାକୁ ନେଇ କଂଗ୍ରେସ ବିଧାୟକମାନେ ପରିହାସ କରୁଥିଲେ। କିନ୍ତୁ ବିଧାୟକମାନଙ୍କ ଠାରୁ ଦୂରରେ ବସି ନିଃସଙ୍ଗ ଅନୁଭବ କରୁଥିବା ଶ୍ରୀ ସାମଲ ଆଜି ଅପରାହ୍ନରେ ବିଧାନସଭା ଗୃହକୁ ଆସିଥିଲେ। ଶ୍ରୀ ସାମଲ ପ୍ରଥମେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପାଖରେ ବସିଥିବା ବେଳେ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପାଖରେ କିଛି ସମୟ ବସିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe