ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍‌ସ ପଞ୍ଝାରେ ପ୍ରୋଗ୍ରାମ୍‌ ଅଫିସର

Advertisment

ଏକସ‌େଙ୍ଗ ୫ଟି ସ୍ଥାନରେ ଚଢ଼ଉ, କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଜବତ, ବ୍ୟାଙ୍କ ଆକାଉଣ୍ଟ, ୧୯ଟି ଏଲ୍‌ଆଇସି ବଣ୍ଡ ଜବତ

ଏକସ‌େଙ୍ଗ ୫ଟି ସ୍ଥାନରେ ଚଢ଼ଉ, କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଜବତ, ବ୍ୟାଙ୍କ ଆକାଉଣ୍ଟ, ୧୯ଟି ଏଲ୍‌ଆଇସି ବଣ୍ଡ ଜବତ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍‌ସ ପଞ୍ଝାରେ ପ୍ରୋଗ୍ରାମ୍‌ ଅଫିସର

ଭଦ୍ରକ : ଭଦ୍ରକ ଜିଲ୍ଲା ଡିଆର୍‌ଡିଏ କାର୍ଯ୍ୟାଳୟର ପ୍ରୋଗ୍ରାମ୍‌ ଅଫିସର ସଂଦୀପ ମହାନ୍ତିଙ୍କ ନାମରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଚଢ଼ଉ ଜାରିରହିଛି। ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପି ସୁନୀଲ ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ସଙ୍ଗରେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ତେବେ ପ୍ରାରମ୍ଭିକ ଅବସ୍ଥାରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଆକଳନ କରାଯାଇଛି।

ବାଲେଶ୍ବର ଓ ଭଦ୍ରକ ଭିଜିଲାନ୍‌ସ ଟିମ୍ ପକ୍ଷରୁ ଆଜି ସକାଳେ ସଂଦୀପଙ୍କ ଅଫିସ୍ ସହ ଅସ୍ତଳ ନରିପୁର ସ୍ଥିତ ତାଙ୍କର ପୈତୃକ ବାସଭବନ ଓ କୁଆଁସସ୍ଥିତ ଶ୍ବଶୁର ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଅଫିସରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ସହ ପୈତୃକ ବାସଭବନ ଓ ଶ୍ବଶୁର ଘରେ ଚଢ଼ଉ ଜାରିରହିଛି। ଏଇ ଚଢ଼ଉ ବେଳେ ବିଭିନ୍ନ ବ୍ୟାଙ୍କର ଆକାଉଣ୍ଟ ଓ ୧୯ଟି ଏଲ୍‌ଆଇସି ବଣ୍ଡ, କିଛି ଇନ୍‌ସ୍ୟୁରାନ୍‌ସ କମ୍ପାନିର ମ୍ୟୁଚୁଆଲ ବଣ୍ଡ ତଦନ୍ତକାରୀ ଭିଜିଲାନ୍‌ସ ଅଫିସରଙ୍କ ହାତରେ ପଡ଼ିଛି। ଏହାକୁ ଭିଜିଲାନ୍‌ସ ଟିମ୍ ଜବତ କରିଛି। ସେହିପରି ସକାଳେ ମଧ୍ୟ ତାଙ୍କର ଭୁବନେଶ୍ବର ଓ ପୁରୀସ୍ଥିତ ଘର ଉପରେ ଚଢ଼ଉ କରାଯାଇଛି। ଏ ସଂପର୍କରେ ଭଦ୍ରକ ଭିଜିଲାନ୍‌ସ ଡିଏସ୍‌ପି ସଂଜୟ ଦାସମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଚଢ଼ଉ ଜାରି ରହିଥିବା କହିଛନ୍ତି। ସେହିପରି ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପି ସୁନୀଲ କୁମାର ସେନାପତି କହିଛନ୍ତି ଯେ, ଚଢ଼ଉ ପରେ ଏଯାଏ ମୋଟ ୧ କୋଟି ୧୪ ଲକ୍ଷ ୫ ହଜାର ୧୩୩ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଥିବା ସୂଚନା ଦେଇଛନ୍ତି। ଏନେଇ ବାଲେଶ୍ବର ଭିଜିଲାନ୍ସରେ ୯୩/୧୮ରେ ଏକ ମ‌ାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe