ଭବିଷ୍ୟତ ପାଇଁ ପୁନଶ୍ଚ ପୃଥିବୀ ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି: ପଞ୍ଚାନନ କାନୁନଗୋ

ବିଭିନ୍ନ ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହୋଇଛି। ଆଉ ୪୦ ରୁ ୫୦ ପରେ ସ୍ଥିତି ଅଧିକ ସଙ୍କଟ ଜନକ ହୋଯିବାର ଆଶଙ୍କା ରହିଛି। ବିଧାୟକ ପାଣ୍ଠିରୁ ପରିବେଶ ପାଇଁ ଖର୍ଚ୍ଚ କରାଯାଇ ପାରିବ....

Programmes like punascha pruthibi  are needed for the future: Panchanan Kanungo

Programmes like punascha pruthibi are needed for the future: Panchanan Kanungo

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ସୋମବାର ଏହି ସମ୍ମିଳନୀର ପ୍ରଥମ ଦିନର ତୃତୀୟ ଅଧିବେଶନରେ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଜଳବାୟୁ ଶାସନକୁ ଲୋକତାନ୍ତ୍ରିକ କରିବା ଶୀର୍ଷକ ଆଲୋଚନାରେ  ପଞ୍ଚାନନ କାନୁନଗୋ କହିଲେ, ଭବିଷ୍ୟତ ପାଇଁ ପୁନଶ୍ଚ ପୃଥିବୀ ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି।

ମାତ୍ର ଏବେ ବିଭିନ୍ନ ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହୋଇଛି। ଆଉ ୪୦ ରୁ ୫୦ ପରେ ସ୍ଥିତି ଅଧିକ ସଙ୍କଟ ଜନକ ହୋଯିବାର ଆଶଙ୍କା ରହିଛି। ବିଧାୟକ ପାଣ୍ଠିରୁ ପରିବେଶ ପାଇଁ ଖର୍ଚ୍ଚ କରାଯାଇ ପାରିବ।

ସେହିପରି ସ୍କୁଲ ଶିକ୍ଷରେ ଜଳବାୟୁନେଇ ବିଷୟ ରହିବା ଆବଶ୍ୟକ। କିନ୍ତୁ ଗୋଦରାକୋଡେ ଯେତେ ମାଡ଼େ ସେତେ ନୀତିରେ ଏହା ଆଗକୁ ଯାଇ ପାରୁନାହିଁ। 

ଗନ୍ଧମାର୍ଦନ ପାହାଡ଼ରେ ବହୁ ପ୍ରକାର ଔଷଧିୟ ବୃକ୍ଷ ରହିଛି। ପରିବେଶ କାର୍ଯ୍ୟ ପାଇଁ ରାଜନୈତିକ ଇଛାଶକ୍ତିର ଆବଶ୍ୟକତା ରହିଛି।

ପୂର୍ବରୁ ସମ୍ବାଦ ରକ୍ତଦାନ କାର୍ଯ୍ୟକ୍ରମ କରୁଥିଲ। ଏବେ ସମ୍ବାଦ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ ସରକାର ବିଚାର କରିବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe