ତିନିଟି ଖଣି ଉପରୁ ଉଠିଲା ଅଙ୍କୁଶ, ୨୦୧୮ରେ ହାଇକୋର୍ଟ ଜାରି କରିଥିଲେ ଅନ୍ତରୀଣ ନିର୍ଦ୍ଦେଶ

Advertisment
କେନ୍ଦୁଝର ବେଆଇନ ମାଙ୍କଡ଼ା ପଥର ଖନନ ମାମଲା: ଘସିପୁରା ତହସିଲଦାରଙ୍କ ଗୁପ୍ତ ପଞ୍ଜିକାରେ ଅପାରଗ ଦାଗ ଲଗାଅ

Business Line

କଟକ : ସୁନ୍ଦରଗଡ଼ ଓ କେନ୍ଦୁଝରର ତିନୋଟି ଲୁହାପଥର ଖଣିରୁ ଖଣିଜଦ୍ରବ୍ୟ ଉତ୍ତୋଳନ ଉପରେ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ଅଙ୍କୁଶ ହଟିଛି। ହାଇକୋର୍ଟ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଆଜି ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ଘୋରାବୁରହାଣି ସାଗାସାହି, ନେତ୍ରାବନ୍ଧ ଓ କଳାମଙ୍ଗା ୱେଷ୍ଟ ଖଣିରୁ ଖଣିଜଦ୍ରବ୍ୟ ଉତ୍ତୋଳନ ଉପରେ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ରହିତାଦେଶ ଉଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫, ଡିସେମ୍ବର ୨୩ରେ ଏହି ତିନି ଖଣିର ନିଲାମ ପାଇଁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପ୍ରକ୍ରିୟା ଆରମ୍ଭ କରି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ଟେଣ୍ଡର ‌ପ୍ରକ୍ରିୟାରେ ସଫଳ ହୋଇଥିବା ତିନିଟି କମ୍ପାନିକୁ ଏଥିପାଇଁ ଚୟନ କରାଯାଇଥିଲା। ଏହି ତିନି ଖଣି ପ୍ରସଂଗରେ ୨୦୧୬ରେ ତିନୋଟି କମ୍ପାନିକୁ ଲେଟର ଅଫ୍ ଇଣ୍ଟେଟ୍ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିଲା। ଏହି ଖଣି ନିଲାମ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ୨୦୧୮ରେ ସି.ଆର.ସାହୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଖଣି ନିଲାମ ପାଇଥିବା ତିନି କମ୍ପାନି ଦେବାଳିଆ ‌ଘୋଷିତ ହୋଇଥିବାବେଳେ ସେମାନଙ୍କ ବିରୋଧରେ ଇନସଲଭେନ୍ସି ପ୍ରସିଡିଂ ଚାଲିଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଯେଉଁ କମ୍ପାନି ବିରୋଧରେ ଇନସଲଭେନ୍ସି ପ୍ରସିଡିଂ ଚାଲିଛି ତାକୁ ଖଣି ନିଲାମ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହି ତିନି ଖଣି ନିଲାମ ପ୍ରକ୍ରିୟା‌ରେ ମାଇନର ମିନେରାଲ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ୍) ଆକ୍ଟ, ମାଇନ୍ସ ଅକ୍ସନ ରୁଲ୍ସ, ୨୦୧୫ର ଉଲ୍ଲଂଘନ ହୋଇଛି ବୋଲି ଆବେଦନକାରୀ ଦର୍ଶାଇବା ସହିତ ନିଲାମ ପ୍ରକ୍ରିୟାକୁ ରଦ୍ଦ କରିବାକୁ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାର, ଘରୋଇ କମ୍ପାନି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥି ସହିତ ଏହି ପ୍ରସଂଗରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ମାମଲାର ଶୁଣାଣି ସମୟରେ ଘରୋଇ କମ୍ପାନି ଗୁଡିକ ପକ୍ଷରୁ ଦର୍ଶାଯାଇଥିଲା ଯେ ଖଣି ନିଲାମ ପ୍ରକ୍ରିୟାରେ ନିଷ୍ପତ୍ତି ୨୦୧୬ରେ ନିଆଯାଇଥିବା ବେଳେ ସେତେବେଳେ ସେମାନଙ୍କ ବିରୋଧରେ କୌଣସି ଇନସଲଭେନ୍ସି ପ୍ରସିଡିଂ ଆରମ୍ଭ ହୋଇ ନଥିଲା। ନିଲାମ ନୋଟିସରେ ଥିବା ସମସ୍ତ ମାନଦଣ୍ଡ ପୂରଣ କରିବା ପରେ କମ୍ପାନିକୁ ଚୟନ କରାଯାଇଥିଲା। ଏବେ କମ୍ପାନି ଗୁଡିକର ଆର୍ଥିକ ଅବସ୍ଥା ଭଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe