ଅଟକିଛି ପ୍ରସ୍ତାବିତ ଓ ଅଧୁରା ପ୍ରକଳ୍ପ

Advertisment

ଆନ୍ଦୋଳନକୁ ଜୋରଦାର କରିବ ନାଗରିକ ସୁରକ୍ଷା କମିଟି

ଆନ୍ଦୋଳନକୁ ଜୋରଦାର କରିବ ନାଗରିକ ସୁରକ୍ଷା କମିଟି

ଅଟକିଛି ପ୍ରସ୍ତାବିତ ଓ ଅଧୁରା ପ୍ରକଳ୍ପ

ରାଉରକେଲା: ରାଉରକେଲା ହେଉଛି ଓଡ଼ିଶାର ତୃତୀୟ ବୃହତ୍ତମ ସହର। ବିଶ୍ବସ୍ତରୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି), ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜ ସହ ବହୁ ଶିକ୍ଷାନୁଷ୍ଠାନ ରହିଛି। ରାଉର‌କେଲା ଦ୍ବିତୀୟ ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି। ତଥାପି ରାଉରକେଲା ସହର ଅବହେଳିତ ହୋଇ ରହିଛି। ପ୍ରସ୍ତାବରେ ଅଟକିଛି ମାଳ ମାଳ ପ୍ରକଳ୍ପ। କିଛି ପ୍ରକଳ୍ପ ଏଯାଏଁ ସରୁନି। କେବେ ସରିବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ରାଉରକେଲା ରେଳ ଡିଭିଜନ୍‌କୁ କେନ୍ଦ୍ର ରେଳ ବିଭାଗ ଭୁଲିଯାଇଛି। ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ହସ୍ପିଟାଲ ମେଡିକାଲ କଲେଜରୁ ବାଦ୍‌ ପଡିଲା। ଏବେ ଏଏମ୍‌ସ ପରିବର୍ତ୍ତେ ଆପୋଲୋକୁ ପରିଚାଳନା ଦିଆଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ତାଳଚେର -ବିମଳାଗଡ ରେଳପଥକୁ କଚ୍ଛପ ଗତିରେ ଚାଲିଛି। ରାଉରକେଲା ସାଧାରଣ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ଘୋଷଣାକୁ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି।

ହେଉନି ରେଳ ଡିଭିଜନ ଓ ସାଧାରଣ ବିଶ୍ବବିଦ୍ୟାଳୟ
ଏମ୍‌ସ ଦ୍ବାରା ପରିଚାଳିତ ହେଉ ସୁପର ସ୍ପେଶିଆଲିଟି ହସ୍ପିଟାଲ

ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲା। ୭୨ ସିଟ୍‌ ବିଶିଷ୍ଟ ବିମାନ ଉଡିଲା। ହେଲେ ପୂର୍ଣ୍ଣ କାର୍ଯ୍ୟକ୍ଷମ କେମିତି ହେବ ଗୁରୁତ୍ବ ଦିଆଯାଉନି। ସହରର ଏସବୁ ପ୍ରମୁଖ ପ୍ରସଙ୍ଗୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଜୋରଦାର କରିବାକୁ ଧମକ ଦେଇଛି ରାଉରକେଲା ନାଗରିକ ସୁରକ୍ଷା କମିଟି। ଆସନ୍ତା ୧୯ରେ ଅନୁଷ୍ଠିତ ସମାବେଶରେ ଆନ୍ଦୋଳନର ରୂପରେଖ ପ୍ରସ୍ତୁତି ହେବ। ଆଜି ସେକ୍ଟର-୫ସ୍ଥ ଭଞ୍ଜଭବନ ପରିସରସ୍ଥ ଆଦର୍ଶ ପାଠାଗାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନାଗରିକ ସୁରକ୍ଷା କମିଟିର ବିଷ୍ଣୁ ମହାନ୍ତି, ଅଭୟ କୁମାର ଦାସ, ହରିହର ରାଉତରାୟ, ଗିରିଶ ଚନ୍ଦ୍ର ମହାପାତ୍ର, ସୁରେଶ ଚନ୍ଦ୍ର ମାଝି, ସଞ୍ଜିବ ମହାନ୍ତି, ଜାହାଙ୍ଗୀର ଅଲ୍ଲୀ, ପ୍ରଶାନ୍ତ ସେଠୀ, ସୁମନ ଦତ୍ତ, ଅଜିତ ନାୟକ, ଶ୍ରୀମନ୍ତ ବେହେରା, ରାକିଶୋର ପ୍ରଧାନ, ହୃଦାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ, ପ୍ରଭାତ ମହାନ୍ତି, ବିଶ୍ବଜିତ ମାଝି ପ୍ରମୁଖ ଉପସ୍ଥିତ ଥିଲେ। କମିଟି ପକ୍ଷରୁ କୁହାଯାଇଛି, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ରାଜସ୍ବ ରାଜ୍ୟ ରାଜକୋଷକୁ ଯାଉଛି।

ବିଶେଷ କରି ରେଳପଥରୁ ରାଜ୍ୟ ରାଜକୋଷକୁ ସମୃଦ୍ଧ କରିଥାଏ। ମାତ୍ର ରାଉରକେଲାକୁ ରେଳ ଡିଭିଜନ୍‌ର ମାନ୍ୟତା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ଯାହା ଦୁର୍ଭାଗ୍ୟଜନକ ବୋଲି କମିଟି ପକ୍ଷରୁ କୁହାଯାଇଛି। ସମାବେଶରେ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ସମସ୍ତ ରାଜନୈତିକ ଦଳ, ଟ୍ରେଡ ୟୁନିୟନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ବାର୍‌ ଆସୋସିଏସନ୍‌, ଛାତ୍ର, ଯୁବ, ମହିଳ ଆଦି ସଙ୍ଗଠନଗୁଡ଼ିକୁ ସାମିଲ ହେବାକୁ ଆହ୍ବାନ କରାଯାଇଛି। କେବଳ ଏତିକି ନୁହେଁ କମିଟିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବ। ଏଥିସହ ୧୪୭ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିବ। ଏଥିପୂର୍ବରୁ ଏକ ପ୍ରତିନିଧି ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe