‘ପ୍ରୋଜେକ୍ଟ ଓଡିସର୍ଭ’ଯୁବପିଢ଼ିଙ୍କୁ ସଶକ୍ତ କରିବ: ଧର୍ମେନ୍ଦ୍ର

ସିପିବିଏଫ୍ଆଇ ପାଇଁ ବଜାଜ ଫିନସର୍ଭ ଓ ଜିଏମ୍‌ୟୁ ମଧ୍ୟରେ ବୁଝାମଣା

ଆଜି ମୁଖ୍ୟମନ୍ତ୍ରୀ ଚୟନ ନେଇ ମାନସମନ୍ଥନ: ଦିଲ୍ଲୀ ଗଲେ ମନମୋହନ, ଜୟନାରାୟଣଙ୍କ ସମେତ ସବୁ ନେତା

dna india

ସମ୍ବଲପୁର: ଛାତ୍ରଛାତ୍ରୀଙ୍କ ପାଇଁ ଡିଗ୍ରି ପର୍ଯ୍ୟାପ୍ତ ନୁହଁ। ତା’ସାଙ୍ଗକୁ ସେମାନଙ୍କ ରୋଜଗାରକ୍ଷମତା ବଢ଼ାଇବାର ସମାନ ଆବଶ୍ୟକତା ରହିଛି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟଠାରେ ‘ପ୍ରକଳ୍ପ ଓଡିସର୍ଭ’ର ଶୁଭାରମ୍ଭ ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମତ ବ୍ୟକ୍ତ କରିଛନ୍ତି। ‘ପ୍ରକଳ୍ପ ଓଡିସର୍ଭ’ ଯୁବପିଢ଼ିଙ୍କୁ ସଶକ୍ତ ଓ ରୋଜଗାରକ୍ଷମ କରିବ ବୋଲି ସେ କହିଛନ୍ତି।

ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ବଜାଜ ଫିନସର୍ଭ ଲିମିଟେଡର ମିଳିତ ଆନୁକୂଲ୍ୟରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଛି। ‘ପ୍ରୋଜେକ୍ଟ ଓଡିସର୍ଭ’ ହେଉଛି ୧୦୦ ଘଣ୍ଟିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯାହାକି ଓଡ଼ିଶାର ଯୁବକମାନଙ୍କୁ ବ୍ୟାଙ୍କିଂ, ଫାଇନାନ୍ସ ଏବଂ ବୀମା କ୍ଷେତ୍ର ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ପ୍ରଦାନ କରିବ। ଏହି ପ୍ରଶିକ୍ଷଣ ଓଡ଼ିଶାର ଯୁବଶକ୍ତିଙ୍କ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି କ୍ଷମତା ବୃଦ୍ଧି କରିବ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମବଳ ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବଜାଜ ଫିନସର୍ଭର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ବଜାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ବଜାଜ ଫିନସର୍ଭର ସାର୍ଟିଫିକେଟ୍ ପ୍ରୋଗ୍ରାମ ଫର୍‌ ବ୍ୟାଙ୍କିଂ ଫାଇନାନ୍ସ ଆଣ୍ଡ ଇନସ୍ୟୁରାନ୍ସ (ସିପିବିଏଫଆଇ) ଜରିଆରେ ଏହି ପ୍ରକଳ୍ପ ସ୍ନାତକମାନଙ୍କୁ ବିଶେଷକରି ସଦ୍ୟ-ସ୍ନାତକମାନଙ୍କୁ ଜ୍ଞାନ ଏବଂ ଦକ୍ଷତା ପ୍ରଦାନ କରିବ। ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର ଓ ପୁରୀ ସମେତ ରାଜ୍ୟର ୧୧ଟି ସହର ଓ ୧୦ଟି ଜିଲ୍ଲାର ୬୦ଟି କଲେଜରେ ସିପିବିଏଫ୍ଆଇ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ‘ପ୍ରୋଜେକ୍ଟ ଓଡିସର୍ଭ’ ଲକ୍ଷ୍ୟ ରଖିଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ଏନଏସ୍‌ଡିସିର ସିଇଓ ବେଦମଣି ତିଵାରି ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଜିଏମ୍‌ୟୁ କୁଳପତି ପ୍ର. ଏନ୍‌ ନାଗରାଜୁ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସିପିବିଏଫ୍ଆଇ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବଜାଜ ଫିନସର୍ଭ ଓ ଜିଏମ୍‌ୟୁ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe