ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ଠାରୁ ପଦୋନ୍ନତି ଅଦାଲତ ବସିବ। ତିନି ଦିନିଆ ଏହି ଅଦାଲତ ଜାନୁଆରି ୩୧ରେ ଶେଷ ହେବ। ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପାଇ ନଥିବା ଅଧିକାରୀମାନେ ପଦୋନ୍ନତି ଅଦାଲତରେ ପକ୍ଷ ରଖିପାରିବେ। ଏପର୍ଯ୍ୟନ୍ତ ୨୨୭୩ ଆବେଦନକାରୀଙ୍କ ନାମ ତାଲିକାଭୁକ୍ତ ହୋଇସାରିଛି। ବାକି ଅଧିକାରୀଙ୍କ ପାଇଁ ଫେବ୍ରୁଆରି ୨୭, ୨୮ ଓ ୨୯ରେ ଅଦାଲତ ବସିବ ବୋଲି ଜଣାପଡ଼ିଛି।
ପଦୋନ୍ନତିରୁ ବଞ୍ଚିତ କର୍ମଚାରୀମାନେ ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବାକୁ ହେଲେ ଇମେଲ୍ gadmin.or@nic.in ଯୋଗେ ଜାନୁଆରି ୨୩ ସୁଦ୍ଧା ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସର ପଦୋନ୍ନତି ପାଇଁ କରିବେ ଶୁଣାଣି।
Photo: Glassdoorମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟ ଶାସନ ସଚିବ ଶୁଣାଣି କରିବେ। ଆଇଏଏସ୍ ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମିରେ ଶୁଣାଣି କରିବେ। ସେହିଭଳି କୃଷି ଭବନରେ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର, କଳିଙ୍ଗ ଷ୍ଟାଡିଅମରେ ଆଇଏଏସ୍ ଆର୍.କେ. ଶର୍ମା, ଏସ୍ଆଇଆରଡି କନ୍ଫରେନ୍ସ ହଲ୍ରେ ଆଇଏଏସ୍ ପ୍ରଦୀପ ଜେନା ଓ ଇଡକୋ କନ୍ଫରେନ୍ସ ହଲ୍ରେ ଆଇଏଏସ୍ ମୋନା ଶର୍ମା ଶୁଣାଣି କରିବେ।
Follow Us