ଅତିରିକ୍ତ ଏସ୍‌ପି ପାହ୍ୟାକୁ ୨୨ ଡିଏସ୍‌ପିଙ୍କ ପଦୋନ୍ନତି

Advertisment
ବର୍ଦ୍ଦିରେ ଅପରାଧୀ! ୮ ବର୍ଷରେ ୪୦୬ ମାମଲା, ଜଣେ ବି ହୋଇ ନାହାନ୍ତି ‌ଦୋଷୀ

dacoromania.org

ଭୁବନେଶ୍ୱର : ଡିଏସ୍‌ପିସ୍ତରର ୨୨ଜଣ ପୁଲିସ ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦୋନ୍ନତି ପରେ ପୁଲିସ ଡିଜି ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ତେବେ ଯେଉଁମାନେ ଡେପୁଟେସନ୍‌ରେ ଅଛନ୍ତି, ସେମା‌ନେ ନିଜ ସ୍ଥାନକୁ ଫେରିବା ପରେ ଯାଇ ପୋଷ୍ଟିଂ ମିଳିବ ବୋଲି କୁହାଯାଇଛି। ଏହି ପଦୋନ୍ନତି ତାଲିକାରେ ରହିଥିବା ଅଧିକାରୀମାନେ ହେଲେ, ସୁବାସ ଚନ୍ଦ୍ର ମହାନ୍ତି, ପ୍ରକାଶ କୁମାର ନାୟକ, ହରିହର ପାଣି, ଅଶୋକ କୁମାର ମହାନ୍ତି, ପ୍ରସନ୍ନ ବିଶ୍ବାଳ, ନିମାଇଁ ଚରଣ ସେଠୀ, ମନୋରଞ୍ଜନ ସାମଲ, ଗଦାଧର ମହାପାତ୍ର, କିଶୋର ଚନ୍ଦ୍ର ପାଟ୍ଟଶାଣୀ, ଅମରେଶ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, ବାଉରୀବନ୍ଧୁ ବେହେରା, ବିଜୟ କୁମାର ମଲ୍ଲିକ, ରାମଚନ୍ଦ୍ର ଥମ୍ବ, ଉଗ୍ରସେନ ପ୍ରଧାନ, ଅକ୍ଷୟ କୁମାର ମିଶ୍ର, ବେଣୁଧର ନାୟକ, ଉମାକାନ୍ତ ମଲ୍ଲିକ, ମୋହନପାଣି କୋରୁଆ, ବନମାଳୀ ଧଳ, ଅଙ୍କୁର ମଲ୍ଲିକ ଓ କେଶବ ଚନ୍ଦ୍ର ବେହେରା ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe