୭୨ ଓଇଏସ୍‌ ଅଫିସରଙ୍କ ପଦୋନ୍ନତି

Advertisment
ଉଚ୍ଚ ମାଧ୍ୟମିକ ଶିକ୍ଷକ-ଅଭିଭାବକ ସମ୍ମିଳନୀ

Nation First News

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌) ଅନ୍ତର୍ଗତ ବିଭିନ୍ନ ବର୍ଗର ଅଧିକାରୀଙ୍କୁ ଏପ୍ରିଲ ୧ରୁ ପିଛିଲା ଭାବେ ପଦୋନ୍ନତି ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ କନିଷ୍ଠ)ବର୍ଗରୁ ୬୩ ଜଣ ଯୋଗ୍ୟ ଅଧିକାରୀଙ୍କୁ ପରବର୍ତ୍ତୀ ପଦୋନ୍ନତିସ୍ତର ଓଡ଼ିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ ବରିଷ୍ଠ)କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଓଡ଼ିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ ବରିଷ୍ଠ) ବର୍ଗରୁ ୯ଜଣ ଯୋଗ୍ୟ ଅଧିକାରୀଙ୍କୁ ପରବର୍ତ୍ତୀ ପଦୋନ୍ନତି ସ୍ତର ଓଡ଼ିଶା ଶିକ୍ଷା ସେବା (ସୁପର ଟାଇମ୍‌ ସ୍କେଲ)କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ, ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟରେ ଯୁଗ୍ମ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦରେ ପରୀକ୍ଷା ନିୟନ୍ତ୍ରକ ଭାବେ ଅବସ୍ଥାପିତ କରାଯାଇଛି।

ସୂଚନାଯୋଗ୍ୟ ଯେ ସମ୍ପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁସଂଖ୍ୟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପଦ ଖାଲି ପଡ଼ିଥିଲା। ସେଥିପାଇଁ ଜିଲ୍ଲାସ୍ତରରେ ଶୈକ୍ଷିକ ପ୍ରଶାସନ କ୍ଷେତ୍ରରେ ବହୁ ସମସ୍ୟା ଓ ପ୍ରତିବନ୍ଧକ ଉପୁଜୁଥିଲା। ଜିଲ୍ଲା ସ୍ତରରେ ଶିକ୍ଷାର ଗୁଣାତ୍ମକମାନ ଅଭିବୃଦ୍ଧି ନିମନ୍ତେ ଏହି କ୍ଷେତ୍ରୀୟ ଅଧିକାରୀ ପଦଗୁଡ଼ିକୁ ସରକାର ଅଗ୍ରାଧିକାର ଭିତ୍ତିରେ ପୂରଣ କରିଥିବାରୁ ଓଡ଼ିଶା ଶିକ୍ଷା ସେବା ସଂଘ, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଙ୍ଘ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମେତ ଅନ୍ୟାନ୍ୟ ଶିକ୍ଷକ ସଂଗଠନ ସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସଚିବ ସତ୍ୟବ୍ରତ ସାହୁଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe