ଡେମୋନ୍‌ଷ୍ଟ୍ରେଟରଙ୍କୁ ଅଧ୍ୟାପକ ପଦୋନ୍ନତି ପ୍ରସଂଗ : ପାଳନ ହେଉନି ୟୁଜିସି ନିୟମାବଳୀ; ହାଇକୋର୍ଟଙ୍କ ଜବାବ ତଲବ

Advertisment
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ମାମଲା: ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha News Insight

କଟକ : ସରକାରୀ କଲେଜର ଡେମୋନ୍‌ଷ୍ଟ୍ରେଟରଙ୍କୁ ଅଧ୍ୟାପକ ପଦକୁ ପଦୋନ୍ନତି ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକ ଓ ୟୁଜିସି ନିକଟରୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୫କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ରତ୍ନାକର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଏମଏସ୍‌ସିରେ ୭୦.୬ ପ୍ରତିଶତ ନମ୍ବର ରଖି ପାସ୍ କରିବା ପରେ ସରକାରୀ ଅନୁଦାନପ୍ରାପ୍ତ ପଟ୍ଟାମୁଣ୍ଡାଇ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଭାବେ ୧୯୮୪, ସେପ୍ଟେମ୍ବର ୫ରେ ଯୋଗ ଦେଇଥିଲେ। ଏହାପରେ ସେ ୧୯୮୮, ଫେବ୍ରୁଆରି ୨୯ରେ କଟକସ୍ଥିତ ଜେକେବିକେ ସରକାରୀ କଲେଜରେ ଡେମୋନଷ୍ଟ୍ରେଟର ଭାବେ ଯୋଗ ଦେଇଥିଲେ। ୧୯୯୨, ଅକ୍ଟୋବର ୮ରେ ୟୁଜିସି ଡେମୋନଷ୍ଟ୍ରେଟରଙ୍କୁ ଅଧ୍ୟାପକ ପଦକୁ ପଦୋନ୍ନତି ପ୍ରସଂଗରେ ନିୟମାବଳୀ ଜାରି କରିଥିଲା। ୟୁଜିସି ନିୟମାବଳୀ କାର୍ଯ୍ୟକାରୀ କରି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଡେମୋନଷ୍ଟ୍ରେଟରଙ୍କୁ ଅଧ୍ୟାପକ ପଦକୁ ପଦୋନ୍ନତି ପ୍ରଦାନ କରିଥିଲେ। ସରକାର ପରବର୍ତ୍ତୀ ସମୟରେ ଡେମୋନଷ୍ଟ୍ରେଟର ପଦରେ ଆଉ ନିଯୁକ୍ତି ପ୍ରଦାନ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ‌ଆବେଦନକାରୀଙ୍କ ପଦୋନ୍ନତି ପ୍ରସଂଗକୁ ସରକାର ୨୦୧୬, ଜାନୁଆରି ୧୯ରେ ଅଗ୍ରାହ୍ୟ କରିଥ‌ିଲେ। ଏହାପରେ ଆବେଦନକାରୀ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍‌)ଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୮, ଅକ୍ଟୋବର ୩ରେ ସ୍ୟାଟ୍ ମାମଲାର ଶୁଣାଣି କରି ଡେମୋନଷ୍ଟ୍ରେଟରଙ୍କୁ ଅଧ୍ୟାପକ ପଦକୁ ପଦୋନ୍ନତି ପ୍ରସଂଗରେ ୟୁଜିସିର ୧୯୯୨, ଅକ୍ଟୋବର ୧୦ର ନିୟମାବଳୀକୁ ବିଚାରକୁ ନେଇ ଚାରି ମାସ ଭିତରେ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯, ଜୁନ୍ ୨୫ରେ ସରକାର ପୁଣି ପଦୋନ୍ନତି ପ୍ରସଂଗରେ ଆବେଦନକାରୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ। ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟଜିତ ବେହେରା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe