ମିଛ ଯୋଗ୍ୟତା ପ୍ରମାଣପତ୍ର ମାମଲା: ସାଂସଦ ଅନୁଭବଙ୍କ ବାପାଙ୍କ ପଦୋନ୍ନତି ବାତିଲ

Advertisment
ମିଛ ଯୋଗ୍ୟତା ପ୍ରମାଣପତ୍ର ମାମଲା: ସାଂସଦ ଅନୁଭବଙ୍କ ବାପାଙ୍କ ପଦୋନ୍ନତି ବାତିଲ

ଭୁବନେଶ୍ବର: ମିଛ ଯୋଗ୍ୟତା ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କର ବାପା ତଥା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛି। ପଦୋନ୍ନତି ବାତିଲ କରିବା ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ସଂପର୍କରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରିଛି।

ଏକ ବିଜ୍ଞପ୍ତି ମାଧ୍ୟମରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଭୟ ମହାନ୍ତିଙ୍କୁ ଅଧ୍ୟାପକ ଭାବେ ୧୯୯୭ ଜାନୁଆରି ୨ ତାରିଖରେ ଅବସ୍ଥାପିତ କରାଯାଇଥିଲା। ଏଥି ପାଇଁ ୧୨୦୦୦-୪୨୦-୧୮୩୦୦ ପେ ସ୍କେଲ ଦରମା ଦିଆଯାଉଥିଲା। ଅଭୟ ମହାନ୍ତି କେନ୍ଦ୍ରାପଡ଼ା କଲେଜରୁ ଇଂରାଜୀ ଅଧ୍ୟାପକ ଭାବେ ଅବସର ନେଇଥିଲେ। ତାଙ୍କ ନାଁରେ ଅଭିଯୋଗ ଆସିଥିଲା ଯେ, ସେ ନକଲି ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ପୂର୍ବରୁ ରାଜ୍ୟ ସରକାର ୨୦୨୧ ଜୁନ ୩ ତାରିଖରେ ରିର୍ଡର ପଦବି ପାଇବା ପାଇଁ ମିଛ ପ୍ରମାଣପତ୍ର ଦାଖଲ କରିବା ଅଭିଯୋଗରେ ଅତିରିକ୍ତ ପେନ୍‌ସନ୍‌ ସଂପର୍କିତ ସୁବିଧା ସ୍ଥଗିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe