ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ପାଇଁ ପ୍ରୋତ୍ସାହନ

ଉତ୍କଳ ବିଶ୍ବବିଦ୍ୟାଳୟ ଅନୁଦାନରେ ସୁଯୋଗ ଦିଆଯିବ: କୁଳପତି

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଉତ୍କଳ ବିଶ୍ବବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସେଲେନ୍ସି’ ବା ଉତ୍କର୍ଷ କେନ୍ଦ୍ର ଅଧୀନରେ ଛାତ୍ରଛାତ୍ରୀଙ୍କୁ ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା ଲାଗି ପ୍ରୋତ୍ସାହିତ କରାଯିବ। ଭାରତ ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ମିଳିଥିବା ଅନୁଦାନରେ ଭାଷା ଓ ସାହିତ୍ୟ ଉତ୍କ‌ର୍ଷ କେନ୍ଦ୍ର‌ ତଥା ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ସୁଯୋଗ ଦିଆଯିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି। ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

କୁଳପତି ପ୍ରଫେସର ଆଚାର୍ଯ୍ୟ କହିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଗେଇ ନେବା ପାଇଁ ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଜରୁରି। ଏହି ପରିପ୍ରେକ୍ଷୀରେ ନୂଆ ଶିକ୍ଷାନୀତି-୨୦୨୦ରେ କଳା ଓ ସାମାଜିକ ବିଜ୍ଞାନ ଅଧୀନ‌ରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଗବେଷଣା କରିବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ରାଜ୍ୟ କି ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ଆଗ୍ରହ ପରିଲକ୍ଷିତ ହେଉଛି। ନିକଟରେ ଜର୍ମାନୀରୁ ୩୦ ଜଣ ଛାତ୍ରଛାତ୍ରୀ ମହାପ୍ରସାଦରେ ଆର୍ଥିକ ସ୍ତରରେ ଲାଭବାନ ହେଉଥିବା ସେବକ ଏବଂ ନବକେଳବର ସମ୍ପର୍କରେ ଗବେଷଣା କରିଛନ୍ତି। ଜର୍ମାନର ଜଣେ ସ୍କଲାର ଦୁଇବର୍ଷ ଓଡ଼ିଶାରେ ରହି ନବକଳେବର ଉପରେ ଗବେଷଣା କରି ଏକ ପୁସ୍ତକ ରଚନା କରିଛନ୍ତି।

ଜର୍ମାନୀର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ଆଗ୍ରହ ରଖିଛନ୍ତି ବୋଲି ସେ କହିଛନ୍ତି।
ଗବେଷକ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହି‌ଥିଲେ, ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ଆହୁରି ନୂତନ ଦିଗ ଉପରେ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଗବେଷକ ଡ.ସିଦ୍ଧେଶ୍ବର ମହାପାତ୍ର କହିଥିଲେ, ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା ଏକ ନିରବଚ୍ଛିନ୍ନ ବ୍ୟାପାର। ବହୁ ମୌଳିକ ଦିଗ ରହିଛି। ଗବେଷଣାରେ ବ୍ରତୀ ହେବା ଆବଶ୍ୟକ ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି କହିଥିଲେ, ଏଯାଏ ବଡ଼ଦାଣ୍ଡ ଉପରେ ଗବେଷଣା ହୋଇନାହିଁ। ତେଣୁ କେବଳ ପିଏଚ୍‌ଡି ଓ ଡିଗ୍ରିରେ ଗବେଷଣା ସୀମିତ ନରହୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଗବେଷଣା ସନ୍ଦର୍ଭ ଏକ ୱେବସାଇଟ୍‌ରେ ଉପଲବ୍ଧ ହୋଇ ଲୋକଲୋଚନକୁ ଆସୁ।

ଅନ୍ୟମ‌ାନଙ୍କ ମଧ୍ୟରେ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର ଓ ମାଧବ ଚନ୍ଦ୍ର ମହାପାତ୍ର , ଡ.ନରେଶ ଚନ୍ଦ୍ର ଦାଶ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ପୀତବାସ ରାଉତରାୟ, ଉପଜିଲ୍ଲାପାଳ ଭବତାରଣ ସାହୁ, ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମକୃଷ୍ଣ ଦାସ ମହାରାଜ, ହରିହର କାନୁନ୍‌ଗୋ, ଡ.ସୁନିଲ ରଥ, ଅଲେଖ ଦାଶ, ଭଗବାନ ସୁଆର, ରବିନାରାୟଣ ମହାପାତ୍ର, ଡ.ପଞ୍ଚାନନ ଶତପଥୀ, ତରୁଣ ଅଗସ୍ତି, ଡ.କଲ୍ୟାଣୀ ନନ୍ଦୀ ଶତପଥୀ, ଡ.ନିବେଦିତା ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ପ୍ରାରମ୍ଭରେ ଟ୍ରଷ୍ଟର ସଭାପତି ରାମଚନ୍ଦ୍ର ଦାସମହାପାତ୍ର ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ଟ୍ରଷ୍ଟର ସଚିବ ଡ.ଭାସ୍କର ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଅଭିବ୍ୟକ୍ତି ରଖିଥିଲେ। ଶେଷରେ, ନନ୍ଦ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe