Advertisment

ପଦୋନ୍ନତି ନିୟମ ବଦଳିଲା: ୭ବର୍ଷ ପରେ ଏସ୍‌ଆଇରୁ ଇନ୍ସପେକ୍ଟର ହୋଇପାରିବେ

Advertisment

ପୁଲିସ କର୍ମଚାରୀମାନଙ୍କ ପାଇଁ ଏକ ଭଲ ଖବର ଆସିଛି। ପୁଲିସ ବିଭାଗରେ ପଦୋନ୍ନତି ନେଇ ଏସ୍‌ଆଇମାନଙ୍କ ପାଇଁ ଏହି ଖବର ଆଣିଛନ୍ତି। ଏହା ଦ୍ବାରା ପୁଲିସ ଏସ୍‌ଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

570303af-e968-46f1-9a34-9b099086be1f

ଭୁବନେଶ୍ବର: ରାଜ୍ୟ ସରକାର ପୁଲିସ କର୍ମଚାରୀମାନଙ୍କ ପାଇଁ ଏକ ଭଲ ଖବର ଆଣିଛନ୍ତି। ପୁଲିସ ବିଭାଗରେ ପଦୋନ୍ନତି ନେଇ ଏସ୍‌ଆଇମାନଙ୍କ ପାଇଁ ଏହି ଖବର ଆଣିଛନ୍ତି। ଏହା ଦ୍ବାରା ପୁଲିସ ଏସ୍‌ଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ କରି ଦିଆଯାଇଛି। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍‌ଆଇରୁ ଇନ୍ସପେକ୍ଟର ପଦବି ପାଇଁ ପଦୋନ୍ନତି ପାଉଥିଲେ। କିନ୍ତୁ ଏଣିକି ପଦୋନ୍ନତି ପାଇଁ ଆଉ ୧୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ବାରା ପୁଲିସ କର୍ମଚାରୀମା‌ନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଅପରପକ୍ଷେ ସେମାନେ ଭଲ କାମ କରିବେ ବୋଲି ମଧ୍ୟ ଆଶା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe