ବରିଷ୍ଠ ଓଏଏସ୍‌ଙ୍କୁ ପଦୋନ୍ନତି

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ଶୁକ୍ରବାର ରାଜ୍ୟ ସରକାର ୨ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସୁପର୍‌ ଟାଇମ୍‌ ସ୍କେଲ୍‌ ବର୍ଗକୁ ପଦୋନ୍ନତି ଦେଇଛନ୍ତି। ଭବାନୀପାଟଣା ଅତିରିକ୍ତ ଉପଜିଲ୍ଲାପାଳ ଥିବା ସୁଶାନ୍ତ କୁମାର ପଟେଲଙ୍କୁ ପଦୋନ୍ନତି ପରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପ୍ରଶାସନିକ ଅଧିକାରୀ ଥିବା ଦେବଜାନୀ ଧଳଙ୍କୁ ପଦୋନ୍ନତି ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ରମାକାନ୍ତ ନାୟକଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ଯୋଜନା ଓ ସମନ୍ବୟ ବିଭାଗରେ ଯୁଗ୍ମ ଶାସନ ସଚିବ ଥିବା ଚିତ୍ରସେନ ପଶାୟତଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଅତିରିକ୍ତ ଶାସନ ସଚିବ ପାହ୍ୟା ତଥା ଭୁବନେଶ୍ବର ସ୍ଥିତ ଇପିଏମ୍‌ର ନିର୍ଦ୍ଦେଶକ ସରନ୍‌ କୁମାର ଜେନାଙ୍କୁ ସ୍ବତନ୍ତ୍ର ଶାସନ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି। କନିଷ୍ଠ ବର୍ଗ ଓଏଏସ୍‌ ଅଧିକାରୀ ପ୍ରଭାତ କୁମାର ସାହୁ, ଅକ୍ଷୟ କୁମାର ଖେମୁଡ଼ୁ ଓ ସୋମନାଥ ମାଝୀଙ୍କୁ ଓଏଏସ୍‌ ବରିଷ୍ଠ ବର୍ଗଙ୍କୁ ପଦୋନ୍ନତି ଦିଆଯାଇଛି। ଓଏଏସ୍‌ ଅଧିକାରୀଙ୍କ ପଦୋନ୍ନତି ଓ ବଦଳି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପୃଥକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe