କୋଟିପତି ଶିକ୍ଷକ: ମିଳିଲା ନଗଦ ୨.୮୮ ଲକ୍ଷ, ୪୦୮ ଗ୍ରାମ ସୁନା ଓ ୨୨୯ ଗ୍ରାମ ରୁପା

Advertisment

ଏକକାଳୀନ ୬ଟି ସ୍ଥାନରେ ଭିଜିଲାନସର ଚଢ଼ଉ, ୪ ଡିଏସପି ଓ ୫ ଇନସପେକ୍ଟର୍ ସାମିଲ୍

ଏକକାଳୀନ ୬ଟି ସ୍ଥାନରେ ଭିଜିଲାନସର ଚଢ଼ଉ, ୪ ଡିଏସପି ଓ ୫ ଇନସପେକ୍ଟର୍ ସାମିଲ୍

କୋଟିପତି ଶିକ୍ଷକ: ମିଳିଲା ନଗଦ ୨.୮୮ ଲକ୍ଷ, ୪୦୮ ଗ୍ରାମ ସୁନା ଓ ୨୨୯ ଗ୍ରାମ ରୁପା

ରାୟଗଡ଼ା/କାଶୀପୁର: ଭିଜିଲାନସ୍ ପଞ୍ଝାରେ ପଡ଼ିଛନ୍ତି କାଶୀପୁର ବ୍ଲକ୍ କମ୍ପର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିଶିର କୁମାର ସେମିଳି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନସର ୬ଟି ଟିମ୍ ଶିଶିରଙ୍କ ନୂଆପଡାସ୍ଥିତ ବାସ ଭବନରେ ଚଢ଼ଉ କରିଛନ୍ତି। ଜୟପୁର ଭିଜିଲାନସ୍ କୋର୍ଟର ସ୍ବତନ୍ତ୍ର ଜଜଙ୍କ ନିର୍ଦେଶକ୍ରମେ ହୋଇଥିବା ଚଢ଼ଉରେ ଚଢ଼ଉରେ ଭିଜିଲାନସର ୪ ଡିଏସପି, ୫ ଇନସପେକ୍ଟର ସାମିଲ୍ ହୋଇ ୪ କୋଟି ୭୩ ଲକ୍ଷ ୮୭ ହଜାର ୪୭୫ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରିଛନ୍ତି।

publive-image

ଠାବ ହୋଇଥିବା ସଂପତ୍ତି ମଧ୍ୟରେ ନୂଆପଡା ଉତ୍କଳ ଆଲୁମିନା ଅତିଥି ଭବନ ନିକଟରେ ଥିବା ୨ଟି ୩ ମହଲା କୋଠା, ୩ଟି ୨ ମହଲା କୋଠା, ୩୫ ଆଜବେଷ୍ଟ୍ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୮ ଲକ୍ଷ ୯୩ ହଜାର ୫୦୦ ଟଙ୍କା। ସେହିପରି ଶିଶିରଙ୍କ ଘରୁ ୨ ଲକ୍ଷ ୮୮ ହଜାର ୪୦୦ ନଗଦ ଟଙ୍କା, ୧୨ ଲକ୍ଷ ୫୦ ହଜାର ମୂଲ୍ୟର ଇନୋଭା କାର୍, ୭ ଲକ୍ଷ ମୂଲ୍ୟର ବୋଲେରୋ, ୫ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ, ୪୦୮ ଗ୍ରାମ ସୁନା (୧୨.୨୪ ଲକ୍ଷ), ୨୨୯ ଗ୍ରାମ ରୂପା (୧୩,୭୪୦ ଟଙ୍କା), ୨୨.୩୪ ଲକ୍ଷର ବ୍ୟାଙ୍କ ଜମା, ୨.୮୩ ଲକ୍ଷର ସ୍ବାସ୍ଥ୍ୟ ଇନସ୍ୟୁରାନସ୍ ଠାବ ହୋଇଛି। ଚଢ଼ଉରେ ଭିଜିଲାନସ୍ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ଅନନ୍ତ ପ୍ରସାଦ ମଲ୍ଲିକ୍, ସୁରେନ୍ଦ୍ର ରାୟଗୁରୁ, ରୂପାଧର ନାୟକ, ଇନସପେକ୍ଟର କଳାବତୀ ବାଗ୍, ପ୍ରମିଳା ସୁନା, ସୂର୍ଯ୍ୟକାନ୍ତି ତୀର୍କି, ଭୀମସେନ ମାଝି, ବାଙ୍କିମ୍ ବାଓଲି ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe