ମୟୂରଭଞ୍ଜରେ ଅସ୍ଥାୟୀ କରୋନା ହସ୍ପିଟାଲ୍ ପ୍ରସ୍ତୁତ ନେଇ ବିଚାର : ବାରିପଦା ଓ ରାଇରଙ୍ଗପୁରରେ ହୋଇପାରେ ୨ଟି ଅସ୍ଥାୟୀ ହସ୍ପିଟାଲ

ଡାକ୍ତର, କର୍ମଚାରୀଙ୍କୁ ଏଯାଏ ମିଳିନି ପିପିଇ କିଟ୍ : ମେଡିସିନ୍‌ ଓ କାଜୁଆଲିଟି ଡାକ୍ତରଙ୍କ ମଧ୍ୟରେ ବଢୁଛି ପ୍ରତିକ୍ରିୟା

The Economic Times

ବାରିପଦା : କରୋନାକୁ ମୁକାବିଲା କରିବା ପାଇଁ ମୟୂରଭଞ୍ଜରେ ଦୁଇଟି ସ୍ବତନ୍ତ୍ର ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲ୍ଲାପ୍ରଶାସନ ବିଚାର କରୁଥିବା ଜଣାପଡ଼ିଛି। ବାରିପଦା ନିକଟବର୍ତ୍ତୀ ସ୍ଥାନରେ ପ୍ରାୟ ୩୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର ଅସ୍ଥାୟୀ କରୋନା ହସ୍ପିଟାଲ୍ ପ୍ରସ୍ତୁତ ନେଇ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ଏନେଇ ଏକ ଘରୋଇ ଶିକ୍ଷାନୁଷ୍ଠାନ ସହିତ ମଧ୍ୟ ଆଲୋଚନା ଚାଲିଛି। ସେହିପରି ରାଇରଙ୍ଗପୁରରେ ମଧ୍ୟ ପ୍ରାୟ ୧୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଯୋଜନା ହେଉଥିବା ଜଣାପଡ଼ିଛି। ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ଦୁଇ ଅସ୍ଥାୟୀ ହସ୍ପିଟାଲ୍ ପ୍ରସ୍ତୁତ ହୋଇରହିବ। କୌଣସି ଜରୁରୀକାଳିନ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଏହି ଦୁଇ ସ୍ବତନ୍ତ୍ର କରୋନା ହସ୍ପିଟାଲ ଉପଯୋଗୀ ହେବ ବୋଲି ମତପ୍ରକାଶ ପାଇଛି। ଜିଲ୍ଲାର ସମସ୍ତ ବ୍ଲକ୍ରେ ମଧ୍ୟ ୫୦-୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କରୋନା ହସ୍ପିଟାଲ ପ୍ରସ୍ତୁତ ନେଇ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ରାଜ୍ୟସ୍ତରରେ ମଧ୍ୟ ଏହିପରି ବ୍ୟବସ୍ଥା ଆରମ୍ଭ ହେବା ନେଇ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ପଡ଼ୋଶୀ ବାଲେଶ୍ବର ଜିଲ୍ଲାରେ ମଧ୍ୟ ଦୁଇଟି ଅସ୍ଥାୟୀ କରୋନା ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe