ବର୍ଜ୍ୟ ପରିଚାଳନା ପାଇଁ ୪୦୭୫ କୋଟିର ପ୍ରସ୍ତାବ

ସର୍କୁଲାର ଇକୋନୋମି ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନି ବର୍ଜ୍ୟ ପରିଚାଳନାରେ ୪୦୭୫ କୋଟି ଟଙ୍କା ନିବେଶ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି।

fhhbcb

ସର୍କୁଲାର ଇକୋନୋମି ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନି ବର୍ଜ୍ୟ ପରିଚାଳନାରେ ୪୦୭୫ କୋଟି ଟଙ୍କା ନିବେଶ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ ଓଡ଼ିଶାର ବିଶାଳ ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ର ହେତୁ ଥର୍ମାଲ୍ ପାୱାର ପ୍ଲାଣ୍ଟ, ଇସ୍ପାତ କାରଖାନା, ଆଲୁମିନା ରିଫାଇନାରି, ସିମେଣ୍ଟ କାରଖାନାରୁ ଉତ୍ପନ୍ନ ହେଉଥିବା ବର୍ଜ୍ୟ ଆଜିର ସମୟର ଅର୍ଥନୈତିକ ଇଞ୍ଜିନ ଏବଂ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରୁଛ। ଏହା ଦ୍ବାରା ରାଜ୍ୟରେ ବର୍ଜ୍ୟରୁ ସମ୍ପଦ ବ୍ୟବସ୍ଥା ସୃଷ୍ଟି ହୋଇପାରିବ। ଓଡ଼ିଶାରେ ବର୍ଜ୍ୟ ପୁନଃଚକ୍ରଣର ବିପୁଳ ସୁଯୋଗ ରହିଛି।

ଫ୍ଲାଏ ଆସ୍, ଜିପ୍‌ସମ୍, ପ୍ଲାଷ୍ଟିକ୍, ଇଲେକ୍ଟ୍ରୋନିକ୍ସ ଓ ବୟନ ଶିଳ୍ପରେ କଞ୍ଚାମାଲ ଏବଂ ସମ୍ପୂର୍ଣ୍ଣ ସାମଗ୍ରୀର ଆମଦାନି ଏବଂ ରପ୍ତାନି ପାଇଁ ସୁଯୋଗ ପ୍ରଦାନ କରୁଛି  ବୋଲି ସେ କହିଥିଲେ। ସର୍କୁଲାର ଇକୋନୋମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିବେଶକମାନଙ୍କ ପାଖରେ ପହଞ୍ଚିବାରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ଅନନ୍ୟ ସୁଯୋଗ ପ୍ରଦାନ କରୁଛି ବୋଲି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ କେ ମୁରୁଗେସନ କହିଥିଲେ। ଭାରତରେ ବର୍ଜ୍ୟ ପରିଚାଳନା କ୍ଷେତ୍ରର ବଜାର ମୂଲ୍ୟ ୨୦୨୩ ରେ ପାଖାପାଖି ୧୩.୧ ବିଲିଅନ୍ ଡଲାର ଥିଲା ଏବଂ ୨୦୩୨ ସୁଦ୍ଧା ଏହା ୨୧.୭ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ଅବସ‌ରରେ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପୂର୍ବତନ ଡିଜିଏଫ୍‌ ସିଦ୍ଧାନ୍ତ ଦାସ, ଏନ୍ ସୁବ୍ରମଣ୍ୟମ, ସର୍କୁଲେଟ୍‌ କ୍ୟାପିଟାଲ୍‌ର ଜେ ପାପ୍ରିୱାଲ୍‌, ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ଓ ଆଇଆଇଏମ୍ କୋଝିକୋଡ୍‌ର ପ୍ରଫେସର ଡ. ସିଦ୍ଧାର୍ଥ ଏସ୍ ପାଢ଼ୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe