ରାଜ୍ୟର ଟିକସ ଭାଗକୁ ୪୧ ପ୍ରତିଶତରୁ ୫୦ ପ୍ରତିଶତ କରିବାକୁ ଦାବି ଉପସ୍ଥାପନ Photograph: (sambad.in)
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି।
ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ କମିସନଙ୍କ ନିକଟରେ ୧୨,୫୬, ୧୪୮ କୋଟିର ଦାବି କରାଯାଇଛି।
ଅଧିକ ପଢ଼ନ୍ତୁ: ୧୩ ଫେବ୍ରୁଆରିରୁ ବିଧାନସଭା ବଜେଟ୍ ଅଧିବେଶନ, ୧୨ରେ ସର୍ବଦଳୀୟ ବୈଠକ
ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅନୁଦାନ ପାଇଁ ୧.୩୬ ଲକ୍ଷ କୋଟିର ଦାବି ଅର୍ଥ କମିସନଙ୍କ ନିକଟରେ କରାଯାଇଛି। ସେହିପରି ଏସଡିଆରଏଫ ବାବଦକୁ ୩୧ ହଜାର କୋଟି ଦାବି ଉପସ୍ଥାପନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏସଡିଏମଏଫ ବାବଦକୁ ୨୯ ହଜାର ୨୫୨ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ତୀୟ ବିବାହ କରିବେ କି ଆମୀର? କିଏ ସେହି ରହସ୍ୟମୟୀ ଯୁବତୀ!
Follow Us