୧୭୭ ଯୋଗ୍ୟ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପାଇଁ ପ୍ରସ୍ତାବ

Advertisment
ଆଇନାରେ ୨୦୨୧: ଉତ୍ଥାନ ପତନ ମଧ୍ୟରେ ୨୦୨୧ର ଶିକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ୧୭୭ ଯୋଗ୍ୟ ବିବେଚିତ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ ଲାଗି ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଷ୍ଟାଣ୍ଡି କମିଟିର ଅଧ୍ୟକ୍ଷ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏବାବଦରେ ଆଲୋଚନା ହୋଇଛି। କମିଟିର ନିଷ୍ପତିକ୍ରମରେ ୫୬୬ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନୁଦାନରୁ ବାଦ ପଡ଼ିଥିବା ୧୭୭ଟି ବିଦ୍ୟାଳୟ ୨୦୧୩ର ଅନୁଦାନ ନୀତିର ସମସ୍ତ ସର୍ତ୍ତ ପୂରଣ କରୁଥିବାରୁ ଉକ୍ତ ବିଦ୍ୟାଳୟଗୁଡ଼ିକୁ ୨୦୧୩ ମାର୍ଚ୍ଚ ୩୧କୁ ବର୍ଦ୍ଧିତ କରି, ତୁରନ୍ତ ଅନୁଦାନ ପ୍ରଦାନ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। କମିଟିର ଏହି ନିଷ୍ପତ୍ତିକୁ ସରକାର ତୁରନ୍ତ ଲାଗୁ କରି ୧୭୭ ବିଦ୍ୟାଳୟର ୨୧୨୪ ପରିବାର ମୁହଁରେ ହସ ଫୁଟାଇବାକୁ ଯାଉଛନ୍ତି।

ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ଯାଉଥିବାରୁ ପ୍ରତ୍ୟେକସ୍ତରରେ ପ୍ରଶଂସା କରାଯାଇଛି। ଦୀର୍ଘ ୨୫ବର୍ଷର ନିରବଚ୍ଛିନ୍ନ ଅଧ୍ୟାପନା ପରେ ଅନୁଦାନ ପାଇବାର ଆଶା ସଞ୍ଚାର ହୋଇଥିବାରୁ ସମସ୍ତ ପରିବାର ଉତ୍ସାହିତ ହୋଇଛନ୍ତି। ଏଥିସହ ୩୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅନୁଦାନ ନିମନ୍ତେ ଓ ସ୍କୁଲ ସଂକ୍ରାନ୍ତୀୟ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି/ପ୍ରସ୍ତାବ ଦିଆଯାଇଥିବାରୁ ସରକାରଙ୍କୁ ସାଧୁବାଦ ଦିଆଯାଇଛି। ଏହି ପ୍ରସ୍ତାବଗୁଡ଼ିକୁ ତୁରନ୍ତ ଗ୍ରହଣ କରି ୧୭୭ଟି ବିଦ୍ୟାଳୟକୁ ଓ ୩୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe