Prosperous Odisha will be formed by 2036 Photograph: (sambad.in)
ଭୁବନେଶ୍ବର: ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ। ରାଜ୍ୟରେ ୫ ହଜାର କୋଟିର ନିବେଶ ହେବାର ଆଶା ରହିଛି।
ଲୋକସେବା ଭବନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ନେତୃତ୍ବ ନେଇ ଦିଲ୍ଲୀ ଏବଂ ବମ୍ବେରେ ଆମେ ରୋଡ୍ ସୋ' କରିଥିଲୁ । ସିଙ୍ଗାପୁରକୁ ଆମ ସରକାରଙ୍କର ଟିମ୍ ଗସ୍ତ କରିଥିଲେ। ଟିମ୍ ସଦସ୍ୟମାନେ ଶିଳ୍ପପତିମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଳାଣ୍ଟ' ହେବ । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ରାଜ୍ୟ ସରକାରଙ୍କର ସକାରାତ୍ମକ ଆଲୋଚନା ହୋଇଛି।
ଓଡ଼ିଶାକୁ ଆଗକୁ ନେବା ପାଇଁ ଏହା ଉପଯୁକ୍ତ ସମୟ'। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଫୋକସରେ ରଖିଛନ୍ତି । ଓଡ଼ିଶା ବିକଶିତ ଭାରତର ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ହେବ। ରାଜ୍ୟରେ ବିଜେପି ସରକାରକୁ ୭ ମାସ ପୂରଣ ହୋଇଛି। ଆମ ସରକାର କହିଥିବା କଥା ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ସୈଫଙ୍କୁ ଆକ୍ରମଣ ମାମଲାରେ ଛତିଶଗଡ଼ରୁ ଜଣେ ସଂଦିଗ୍ଧ ଅଟକ
ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଏତିହାସିକ ଘଟଣା। ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ। ଏହା ଗ୍ରୋଥ୍ ଇଞ୍ଜିନ୍ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମି ସୁଦୃଢ଼ ଏବଂ ରାଜ୍ୟକୁ ନିବେଶ ଆଣିବାକୁ ସରକାର କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ କହିଛନ୍ତି,ବିକାଶର ଏକ ନୂତନ ପର୍ଯ୍ୟାୟ ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇଛି ଏବଂ ଏହା ସକ୍ଷମକାରୀଙ୍କ ଉପରେ କାମ କରିବା ଠାରୁ ଆରମ୍ଭ ହୋଇଛି। ସକ୍ଷମକାରୀମାନେ ଭାରତ ବାୟୋଟେକ୍ ପରି କିଛି ବଡ କମ୍ପାନି ଆଣିଛନ୍ତି। ଯାହା ମୁଁ ବର୍ତ୍ତମାନ ପରିଦର୍ଶନ କରିଥିଲି, ଏକ ଅତ୍ୟନ୍ତ ପ୍ରଭାବଶାଳୀ ନୂତନ ଉଦ୍ଭିଦ ପେଟ୍ରୋକେମିକାଲ୍ସ ପରି କେତେକ କ୍ଷେତ୍ରରେ ଓଡିଶା ଏକ ବୃହତ ଶିଳ୍ପ ପାର୍କ ଆରମ୍ଭ କରିବାକୁ ବହୁତ ଭଲ ଭାବରେ ସ୍ଥାନିତ ହୋଇଛି।
ଉତ୍ପାଦନ, ଛୋଟ ଶିଳ୍ପ ଶିଳ୍ପ ପାର୍କ ପାଇଁ ସୁଯୋଗ ଥାଇପାରେ କିନ୍ତୁ ଏକ ସମୟରେ ସକ୍ଷମକାରୀଙ୍କ ବିକାଶ କରିବା ଗୁରୁତ୍ବପୂର୍ଣ୍ଣ ଅଟେ। ଆପଣଙ୍କୁ ସାମର୍ଥ୍ୟ ଏବଂ ଟ୍ରାକ୍ ରେକର୍ଡ ବିକାଶ କରିବାକୁ ପଡିବ ଯାହା ଆପଣଙ୍କୁ ବିକଶିତ କରିବାକୁ ସକ୍ଷମ କରିବ। ମୁଁ ନିଶ୍ଚିତ ଯେ, ଓଡିଶା ତାହା କରିପାରିବ।
ଅଧିକ ପଢ଼ନ୍ତୁ: ଫିଲ୍ମ ରିଲିଜ ପୂର୍ବରୁ ମେଣ୍ଢା ବଳି ଦେବାରୁ ୫ ଗିରଫ
Follow Us