ବୁର୍ଲାରେ ଇତିହାସ ବଞ୍ଚାଅ ରାଲି

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର

ବୁର୍ଲାରେ ଇତିହାସ ବଞ୍ଚାଅ ରାଲି

ସମ୍ବଲପୁର : ଗୁରୁବାର ସାରା ରାଜ୍ୟରେ ଓଡ଼ିଶା ଦିବସ ପାଳନ କରାଯାଉଥିବା ବେଳେ କୋଶଲ ଯୁବ ସମନ୍ବୟ ସମିତି ଓ ଅଲ୍‌ କୋଶଲ ଷ୍ଟୁଡେଣ୍ଟ ୟୁନିୟନ୍ ପକ୍ଷରୁ ଏହାର ପ୍ରତିବାଦରେ ଇତିହାସ ବଞ୍ଚାଅ ରାଲିର ଆୟୋଜନ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ଛାତ୍ର ଓ ଯୁବକ ଆସି ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକାଠି ହୋଇଥିଲେ। ‘ଏପ୍ରିଲ ୧ କଳା ଦିବସ’ ଲେଖାଥିବା କଳାପତାକା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ସମାଲୋଚନା କରିଥିଲେ।

publive-image

ପଶ୍ଚିମ ଓଡ଼ିଶାର ସ୍ବତନ୍ତ୍ର ଇତିହାସ ରହିଛି। ସ୍ବତନ୍ତ୍ର ଭାଷା, ସଂସ୍କୃତି ରହିଛି। ଓଡ଼ିଶା ସରକାର ଉତ୍କଳ ଇତିହାସ ପ୍ରଚାରପ୍ରସାରକୁ ଗୁରୁତ୍ବ ଦେବା ସହିତ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନା ସହିତ ଖେଳ ଖେଳୁଛନ୍ତି ବୋଲି ବକ୍ତାମାନେ ମତ୍ୟବକ୍ତ କରିଥିଲେ। ସଭା ପରେ ସମସ୍ତେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲିରେ ଯାଇଥିଲେ। କୁଳପତି ସଂଜୀବ ମିତ୍ତଲଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ପାଠ୍ୟକ୍ରମରେ କୋଶଲ ଇତିହାସ(ପଶ୍ଚିମ ଓଡ଼ିଶାର ଇତିହାସ)କୁ ସାମିଲ କରିବାକୁ ଦାବିପତ୍ର ଦେଇଥିଲେ। ଏହି ଅବସରରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ପ୍ରତ୍ୟାଖ୍ୟାନ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଇତିହାସ ବଞ୍ଚାଅ ରାଲିର ଆବାହକ ଦୀପକ ରଂଜନ ଦାଶ, କୋଶଳ ଯୁବ ସମନ୍ବୟ ସମିତିର ସଭାପତି ଡୋଳାମଣି ପ୍ରଧାନ, ଅଲ୍‌ କୋଶଲ ଷ୍ଟୁଡେଣ୍ଟ ୟୁନିୟନର ସଭାପତି ଆକାଶ ପଣ୍ଡା ପ୍ରମୁଖଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ରାଲିରେ କୋଶଲ ରାଜ୍ୟ ସମନ୍ବୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ସାଧାରଣ ସଂପାଦକ ସୁନୀଲ ପୁରୋହିତ, ପ୍ରଶାନ୍ତ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe