ଶିକ୍ଷକ ବଦଳିର ପ୍ରତିବାଦ, ସ୍କୁଲରେ ତାଲା ଠୁଙ୍କିଲେ

ଶିକ୍ଷକ ବଦଳିର ପ୍ରତିବାଦ, ସ୍କୁଲରେ ତାଲା ଠୁଙ୍କିଲେ

ତରଭା: ତରଭା ବ୍ଲକ୍‌ ପୁଆ ନୋଡାଲ ୟୁପିସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ପ୍ରତିବାଦରେ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ। ଏହି ସ୍କୁଲରେ ୮ଟି ଶ୍ରେଣୀ ପାଇଁ ୮ ଜଣ ଶିକ୍ଷକ ଅଛନ୍ତି। ପରିଚାଳନା କମିଟିର ବିରୋଧ ସତ୍ତ୍ବେ ଜଣେ ଶିକ୍ଷକଙ୍କୁ ଅନ୍ୟ ଏକ ସ୍କୁଲକୁ ଡେପୁଟେସନ୍‌ରେ ପଠାଇ ଦିଆଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଅଭିଭାବକମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ମାରି ଛାତ୍ରଛାତ୍ରୀମାନଙ୍କ ସହ ଧାରଣାରେ ବସିଥିଲେ।

ଏ ବିଷୟରେ ତରଭା ବିଇଓ ସନ୍ତୋଷ ସାହୁଙ୍କୁ ପଚାରିବାରୁ ପଦ୍ମପୁର ସ୍କୁଲରେ ଦୁଇଜଣ ଶିକ୍ଷୟିତ୍ରୀ ମଞ୍ଜୁଲତା ପଣ୍ଡା ଓ ଜୟନ୍ତୀ ପୂଜାରୀ ଶିକ୍ଷାଦାନ କରୁଥିଲେ। ଜୟନ୍ତୀ ପୂଜାରୀଙ୍କ ବାଇକ୍‌ ଦୁର୍ଘଟଣାରେ ପରଲୋକ ହେବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ଫଳରେ ପୁଆ ସ୍କୁଲରୁ ଶିକ୍ଷୟିତ୍ରୀ ଉର୍ବଶୀ ମେହେରଙ୍କୁ କିଛିଦିନ ପାଇଁ ପଦ୍ମପୁରକୁ ଡେପୁଟେସନ୍‌ରେ ପଠାଯାଇଥିଲା। କିନ୍ତୁ ଗ୍ରାମବାସୀ ନବୁଝିବାରୁ ବାଧ୍ୟ ହୋଇ ତାଙ୍କ ଡେପୁଟେସନ୍‌କୁ ଆଜି ବାତିଲ କରାଯାଇଛି ବୋଲି ବିଇଓ ପ୍ରକାଶ କରିଥିଲେ। ଶିକ୍ଷୟିତ୍ରୀଙ୍କ ଡେପୁଟେସନ୍‌ ବାତିଲ ହୋଇଥିବା ଜାଣିବା ପରେ ଲୋକେ ବିଦ୍ୟାଳୟର ମୁଖ୍ୟ ଫାଟକରୁ ତାଲା ଖୋଲିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟକୁ ଛାଡ଼ି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe