କେନ୍ଦ୍ର ଆଦିବାସୀମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ: କାର୍ ଉପରକୁ ଅଣ୍ଡାମାଡ଼

Advertisment
କେନ୍ଦ୍ର ଆଦିବାସୀମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ: କାର୍ ଉପରକୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଜଗତସିଂହପୁର ଜିଲ୍ଲାରେ ଛାତ୍ର କଂଗ୍ରେସ ପକ୍ଷରୁ କଳାପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯିବା ସହ ତାଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଥିବାର ଖବର ମିଳିଛି।
ଦେଶରେ ହୁହୁ ହୋଇ ବଢି ଚାଲିଥିବା ତୈଳ ଦର, ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅହେତୁକ ଦରଦାମ ବୃଦ୍ଧି, ଉତ୍ତରପ୍ରଦେଶର ଖେରୀରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚାଷୀଭାଇମାନଙ୍କୁ ହତ୍ୟା କରିବା ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦେବା ଆଦି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଲକର ନାଉଗାଁ ଅଙ୍ଗେଶ୍ୱରପଡ଼ା ହାଇସ୍କୁଲକୁ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଅଲଣାହାଟ ନିକଟରେ ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ।

ମନ୍ତ୍ରୀ ଆସୁଥିବା ସ୍ଥାନରେ ପ୍ରାୟ ୩୦୦ ଆଦିବାସୀ ଲୋକ ବସବାସ କରନ୍ତି। ସେମାନଙ୍କୁ ଥଇଥନା କରିବା, ସେମାନଙ୍କର ଶିକ୍ଷାରେ ଉନ୍ନତ ଆଣିବା ଲାଗି ଆଦିବାସୀ କଲ୍ୟାଣ ଯୋଜନାରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଘୋଷଣା କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଯେଉଁଭଳି ଭାବେ କଙ୍ଗନା ରାଣାୱାତ ଦେଶର ସ୍ବାଧୀନତା ଉପରେ ପ୍ରଶ୍ନ କରିବା ସହିତ, ସ୍ବାଧୀନତା ଏକ ଭିକ ଥିଲା କହି ସାରା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରିଛନ୍ତି, ତାହାର ପ୍ରତିବାଦରେ କେନ୍ଦ୍ର ସରକାର ତାଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ ନେବା ଦାବି ମଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe