ଶିକ୍ଷକ ବଦଳି ପ୍ରତିବାଦରେ ଆନ୍ଦୋଳନ

ଶିକ୍ଷକ ବଦଳି ପ୍ରତିବାଦରେ ଆନ୍ଦୋଳନ

News by Careers360

ଦଶରଥପୁର: ଦଶରଥପୁର ବ୍ଲକ୍‌ ତରାଙ୍ଗସ୍ଥିତ କେଶବ ଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଆଜି ଛାତ୍ରଛାତ୍ରୀ ସ୍କୁଲ୍‌ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏହି ବିଦ୍ୟାଳୟର ଶିକ୍ଷକ ଦୁର୍ଗାଶଙ୍କର ଶତପଥୀଙ୍କୁ ବଦଳି କରାନିଆଯାଇଥିଲା। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଅଭିଯୋଗ କରି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଆଜି ଧାରଣାରେ ସାମିଲ ହୋଇଥିଲେ।

ଏହି ବିଦ୍ୟାଳୟର ଆଠଟି ଶ୍ରେଣୀରେ ୧୬୦ ଜଣ ପିଲା ପାଠ ପଢ଼ୁଛନ୍ତି। ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କୁ ମିଶାଇ ମୋଟ୍ ୬ ଜଣ ଶିକ୍ଷକଶିକ୍ଷୟିତ୍ରୀ ଥିଲେ। ଏପରି ସ୍ଥଳେ ଶିକ୍ଷକ ଶ୍ରୀ ଶତପଥୀଙ୍କୁ ବଦଳି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe