ଛାତ୍ରଛାତ୍ରୀଙ୍କୁ ଡ୍ରେସ୍‌, ଜୋତା ବଣ୍ଟନକୁ ବିରୋଧ

ପ୍ରତ୍ୟାହାର ଦାବି କଲା ଅବସରପ୍ରାପ୍ତ ଶିକ୍ଷକ ସଂଘ

ଛାତ୍ରଛାତ୍ରୀଙ୍କୁ ଡ୍ରେସ୍‌, ଜୋତା ବଣ୍ଟନକୁ ବିରୋଧ

ପୁରୀ : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସକୋଡ୍‌ ସାଙ୍ଗକୁ ୟୁନିଫର୍ମ, ଜୋତା, ମୋଜା ଆଦି ବଣ୍ଟନକୁ ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସଂଘ ଦୃଢ଼ ବିରୋଧ କରିଛି। ରାଜ୍ୟ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେବା ବଦଳରେ ଏଭଳି ଅଯଥା କଥାକୁ କାହିଁକି ଗୁରୁତ୍ବ ଦେଉଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି।

ସଂଘ ସାଧାରଣ ସଂପାଦକ ବିଶ୍ବନାଥ ବେହେରା କହିଛନ୍ତି, ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ନ ଦେଇ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଡ୍ରେସ୍‌, ଜୋତା, ମୋଜା ଦେବା ହାସ୍ୟାସ୍ପଦ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଦେଖା ଦେଇଥିବା ଦୁର୍ଭାଗ୍ୟଜନକ ସ୍ଥିତିକୁ ସଜାଡ଼ିବାକୁ ସଂଘ ଦାବି କରୁଛି। ବିଦ୍ୟାଳୟ ରଙ୍ଗ ବଦଳାଇବା, ନିମ୍ନମାନର କାର୍ଯ୍ୟ କରିବା, ଉଦ୍‌ଘାଟନର ଦୁଇ ମାସ ନପୁରୁଣୁ ପାଚେରି ଭୁଶୁଡ଼ିବା, ସ୍ମାର୍ଟ କ୍ଲାସରୁମରୁ ପ୍ଲାଷ୍ଟର ଖସିବା ବି ଦୁର୍ଭାଗ୍ୟଜନକ। ସରକାର ଏ ଦିଗ ପ୍ରତି ବି ଦୃଷ୍ଟି ଦେବାକୁ ସଂଘ ଦାବି କରୁଛି ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe