Protest against illegal ash dumping: BJP's view on demanding action
ସୁନ୍ଦରଗଡ଼, ସୁନ୍ଦରଗଡ଼ର ଜନବସତି ନିକଟ, ଚାଷଜମି, ନଦୀକୂଳ, ରାସ୍ତାକଡ଼, ଜଙ୍ଗଲ ଜମିରେ ବେଆଇନ ଭାବେ କାରଖାନାର ବର୍ଜ୍ଯ ପାଉଁଶ ପକାଇବାକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି।
ପାଉଁଶ ମାଫିଆଙ୍କୁ ଗିରଫ ଦାବିରେ ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପ ସମ୍ମୁଖରେ ଜିଲ୍ଲା ସଭାପତି ଗିରୀଶଚନ୍ଦ୍ର ସାହୁଙ୍କ ନେତୃତ୍ବରେ ବିଜେପି ଧାରଣା ଦେଇଛି।
ପୁଲିସ ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଥିବା ଦଳ ଅଭିଯୋଗ କରିଥିବାବେଳେ ମାଫିଆମାନେ ଗିରଫ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଘୋଷଣା କରିଛନ୍ତି ସଭାପତି।
ଆନ୍ଦୋଳନ ଫଳରେ ଏନଟିପିସି ପାଉଁଶ ପୋଖରୀରୁ ପାଉଁଶ ପରିବହନ କରୁଥିବା ଶହଶହ ଭାରୀଯାନ ରାସ୍ତାରେ ଅଟକି ରହିଛି। ଧାରଣାସ୍ଥଳରେ ବ୍ଯାପକ ପୁଲିସ ମୁତୟନ କରାଯାଇଛି।
ଡମ୍ବରୁଧର ନାଏକ
Follow Us