ମହାନଦୀରେ ବେଆଇନ ବ୍ଲାଷ୍ଟିଂକୁ ବିରୋଧ

ମତ୍ସ୍ୟଜୀବୀଙ୍କ ବିକ୍ଷୋଭ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ମହାନଦୀରେ ବେଆଇନ ବ୍ଲାଷ୍ଟିଂକୁ ବିରୋଧ

ବୀରମହାରାଜପୁର: ଦିନ ଥିଲା ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀରୁ ମାଛ ମାରି ମତ୍ସ୍ୟଜୀବୀମାନେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ସମୟରେ ମହାନଦୀରେ ବେଆଇନ ଭାବେ ହେଉଥିବା ବ୍ଲାଷ୍ଟିଂ ସହ ରାସାୟନିକ ତୈଳ ଓ କୀଟନାଶକ ଔଷଧ ପ୍ରୟୋଗ ଦ୍ବାରା ମତ୍ସ୍ୟ ସମ୍ପଦ ଲୋପ ପାଇବାକୁ ବସିଲାଣି। କିଛି ଅସାଧୁ ଲୋକ ଉପରୋକ୍ତ ଉପାୟରେ ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗ ହୋଇଛି। ମତ୍ସ୍ୟ ସଂପଦ ‌ଲୋପ ଦ୍ବାରା ମତ୍ସ୍ୟଜୀବୀମାନେ ପରିବାର ପ୍ରତିପୋଷଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଏହାର ପ୍ରତିବାଦରେ ବୁଧବାର ଶତାଧିକ ମତ୍ସ୍ୟଜୀବୀ ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଏଭ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ଅନୁପସ୍ଥିତିରେ ରାଜସ୍ବ ଅଧିକାରୀ ଅଜିତ ମିର୍ଦ୍ଧା ଦାବିପତ୍ର ଗ୍ରହଣ କରିଥିଲେ। ତୁରନ୍ତ ବ୍ଲାଷ୍ଟିଂ ଓ ‌ବେଆଇନ ମାଛ ମରା ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଓ ଯୁବ କଂଗ୍ରେସ ଜିଲ୍ଲା ସଭାପତି ପ୍ରିୟବ୍ରତ ସାହୁ ଏହାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe