ଷ୍ଟିଲପ୍ଲାଣ୍ଟ୍‌ ପାଇଁ ଜମି ଅଧିଗ୍ରହଣକୁ ବିରୋଧ: ‘ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ’

Advertisment

କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ କମ୍ପାନି ପକ୍ଷରୁ ବୃହତ୍‌ ଷ୍ଟିଲ୍‌ପ୍ଲାଣ୍ଟ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି।

କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ କମ୍ପାନି ପକ୍ଷରୁ ବୃହତ୍‌ ଷ୍ଟିଲ୍‌ପ୍ଲାଣ୍ଟ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି।

fsfsxcxc

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ କମ୍ପାନି ପକ୍ଷରୁ ବୃହତ୍‌ ଷ୍ଟିଲ୍‌ପ୍ଲାଣ୍ଟ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ମରିବୁ ପଛେ, ଭିଟାମାଟି ଛାଡ଼ିବୁ ନାହିଁ ବୋଲି ‌କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀଙ୍କୁ ନେଇ ଗଠିତ ଜିନ୍ଦଲ ପ୍ରତିରୋଧ ମଞ୍ଚ ଚେତାବନୀ ଦେଇଛି। ଆଜି ପାଟଣା ତହସିଲ କାର୍ଯ୍ୟାଳୟ ଆଗରେ ଏ ନେଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପାଟଣା ତହସିଲ ଅନ୍ତର୍ଗତ ଚେମଣା, ଯମୁନାପଶି, କୋଡ଼ଖମଣ, ବରୁଡ଼ିପଶି, ବଳିଆପଶି, ରେଙ୍ଗାଳବେଡ଼ା, ଧନୁର୍ଜୟପୁର, ବାରଡାଙ୍ଗୁଆ, ଅଙ୍ଗିକଳା, ଚିଲିଦା, ପଦ୍ମକେଶରପୁର, କିମିଦ୍ଦାପଶି, ଧରୁଆପଡ଼ା, ନୂଆଖମଣ, ରାଇକଳା, ନୂଆଗାଁ, ଗୋଡ଼ିପୋଖରୀ, ଭୃଙ୍ଗରାଜପଶି ଆଦି ୧୮ଟି ଗ୍ରାମର ଜମିରେ ପ୍ରସ୍ତାବିତ ଷ୍ଟିଲ୍‌ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଇଡ୍‌କୋ ପକ୍ଷରୁ ସରକାରୀ ଜମି ଅଧିଗ୍ରହଣ ପାଇଁ ନୋଟିସ୍‌ ହେବା ସହ ଆପତ୍ତି ଅଭିଯୋଗ ଥିଲେ ୧୫ଦିନ ଭିତରେ ଜଣାଇବାକୁ ପ୍ରଶାସନ ପକ୍ଷରୁ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନୋଟିସ୍ ଜାରି ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିନ୍ଦଲ ପ୍ରତିରୋଧ ମଞ୍ଚ ନେତୃତ୍ୱରେ କ୍ଷତିଗ୍ରସ୍ତ ହେବାକୁ ଥିବା ୧୮ଟି ଗ୍ରାମର ହଜାର ହଜାର ଲୋକ ପାଟଣା ଆନନ୍ଦେଶ୍ୱର ଶିବମନ୍ଦିର ନିକଟ‌ରେ ଏକାଠି ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ପାଟଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୀବନ ଦେବୁ ପଛେ ଭିଟାମାଟି ଆମେ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।  

୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ, ଚାଷ ଓ ବାସ ଉପଯୋଗୀ ଜମିକୁ ଦଖଲକାରଙ୍କ ନାମରେ ପଟ୍ଟା ପ୍ରଦାନ, ସରକାରୀ ଜମି ଦଖଲଦାରୀଙ୍କୁ ପଟ୍ଟା ପ୍ରଦାନ ଏବଂ କମ୍ପାନି ସହ ହୋଇଥିବା ଏମ୍ଓୟୁ ବାତିଲ କରିବାକୁ ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଜିନ୍ଦଲ ପ୍ରତିରୋଧ ମଞ୍ଚର ଆବାହକ ରଘୁନାଥ ଦାସ, ସଭାପତି ଘନଶ୍ୟାମ ମହାନ୍ତ, ସମ୍ପାଦକ ବେଣୁଧର ସର୍ଦ୍ଦାରଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାରଙ୍କୁ ତିନିଦଫା ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe