ବ୍ରହ୍ମବରଦା: ଯାଜପୁର ବ୍ଲକ ଝାଲପଡ଼ା-କାକୁଡ଼ିକୁଦ ନଦୀବନ୍ଧ ମରାମତି ନିମ୍ନମାନର ଅଭିଯୋଗ। ଗ୍ରାମବାସୀ ଏଭଳି କାର୍ଯ୍ୟକୁ ଆଜି ବିରୋଧ କରିବା ସହ ବିଭାଗୀୟ ଅଧିକାରୀ ତଦନ୍ତ କରିବାକୁ ଅଡ଼ି ବସିଥିଲେ। ଖବର ପାଇ ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଆଜିଠାରୁ ଠିକ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପୁଣି କାମ ଆରମ୍ଭ ହୋଇଥିଲା।
ଝାଲପଡା-କାକୁଡିକୁଦ ଶୋଚନୀୟ ନଦୀବନ୍ଧକୁ ମରାମତି ପାଇଁ ୨୦୨୧ ରେ ନାବାର୍ଡ ପକ୍ଷରୁ ୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ନଦୀବନ୍ଧ କାର୍ଯ୍ୟ ୨୦୨୨ ଜୁଲାଇ ମଧ୍ୟରେ ଶେଷ ହେବାକୁ ନିର୍ଦ୍ଧାରିତ ହୋଇଥିଲା। ଆଜିଯାଏ ତାହା ଶେଷ ହୋଇନାହିଁ। ଅନେକ ଅଭିଯୋଗ ପରେ କାର୍ଯ୍ୟ ଆରମ୍ଭ ହେଲା ସତ କିନ୍ତୁ ନିମ୍ନମାନର ଅଭିଯୋଗ ଆସିଛି।
ସୂଚନାଥାଉକି ନଦୀବନ୍ଧରେ ମାଟି ପଡ଼ିବା ପରେ ୯ ଇଞ୍ଚ ବହଳର ଡଷ୍ଟ ଗୁଣ୍ତ ପକାଇ ରୋଲର କରିବା କଥା। ସଂପୃକ୍ତ ଠିକାଦାର ୯ ଇଞ୍ଚ ଡଷ୍ଟ ବଦଳରେ ୪ ଇଞ୍ଚର ଡଷ୍ଟ ପକାଉଥିବା ଅଭିଯୋଗ ହୋଇଛି। କନିଷ୍ଠ ଯନ୍ତ୍ରୀ ଏହା ଦେଖିବା ପରେ କାର୍ଯ୍ୟ ଠିକ ଭାବେ କରିବାକୁ ଠିକାଦାରଙ୍କୁ ନିର୍ଦେଶ ଦେଇଥିବା ଗ୍ରାମର ଜିତେନ୍ଦ୍ର ସାହୁ, ଭରତ ମଲ୍ଲିକ, ଶିବ ନାୟକ, ସହଦେବ ମଲ୍ଲିକ, କବିଚନ୍ଦ୍ର ମଲିକ, ଶ୍ରୀଧର ରଣା, କାଞ୍ଚିଆ ମଲ୍ଲିକ ପ୍ରମୁଖ ସୂଚନା ଦେଇଛନ୍ତି।
Follow Us