ନାଲକୋ ସିଏମ୍‌ଡିଙ୍କୁ ବିରୋଧ ପ୍ରଦର୍ଶନ

Advertisment
ନାଲକୋ ସିଏମ୍‌ଡିଙ୍କୁ ବିରୋଧ ପ୍ରଦର୍ଶନ

ନାଲକୋନଗର: ନାଲ୍‌‌କୋ ସିଏମ୍‌ଡି ଶ୍ରୀଧର ପାତ୍ର ଆଜି ଅନୁଗୁଳ ପ୍ଲାଣ୍ଟ ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ନାଲ୍‌କୋ ପକ୍ଷରୁ ଆଇଟିଆଇ ତାଲିମ ପାଇଥିବା ଏଲ୍‌ଏପି କ୍ଷତିଗ୍ରସ୍ତ ପ୍ରଜାସଂଘ ନାରାବାଜି କରି ସ୍ମେଲ୍‌ଟର୍‌ ପ୍ଲାଣ୍ଟ ମୁଖ୍ୟ ଫାଟକ ନିକଟରେ ତାଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ସିଏମ୍‌ଡି ଶ୍ରୀ ପାତ୍ର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସଂଘର ଦାବି ପୂରଣ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକାରୀ ଫେରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସରକାରଙ୍କ ଥଇଥାନ ନିୟମ ମୁତାବକ ନାଲ୍‌କୋ ଜମିହରା କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି। ତେଣୁ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ନାଲ୍‌କୋ କର୍ତ୍ତୃପକ୍ଷ ଏ ଦିଗରେ ବିଳମ୍ବ କରୁଥିବାରୁ ସିଏମ୍‌ଡିଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe