ନିର୍ଭୟା ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ ସଭା

Advertisment
ନିର୍ଭୟା ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ ସଭା

ବୈପାରିଗୁଡ଼ା : ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଇଣ୍ତିଆ ମହିଳା ସା˚ସ୍କୃତିକ ସ˚ଗଠନ ବୈପାରିଗୁଡ଼ା ଶାଖା ପକ୍ଷରୁ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାର ପ୍ରତିବାଦ ସଭା କରାଯାଇଥିଲା। ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଡିସେମ୍ବର ୨୦୧୬ରେ ଦିଲ୍ଲୀରେ ଗଣ ଦୁଷ୍କର୍ମ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହାର ପ୍ରତିବାଦ ସ୍ବରୂପ ବିଭିନ୍ନ ଛାତ୍ର ଓ ଯୁବକ ସ˚ଗଠନ ଦ୍ବାରା ଶୋଭାଯାତ୍ରା ସହ ପ୍ରତିବାଦ ସଭା ହୋଇଥିଲା। ଏହି ଘଟଣାକୁ ସ୍ମରଣ କରି ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଇଣ୍ତିଆ ମହିଳା ସା˚ସ୍କୃତିକ ସ˚ଗଠନ ପକ୍ଷରୁ ପ୍ରତିବର୍ଷ ପ୍ରତିବାଦ ସଭା ପାଳନ କରାଯାଉଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦେଇଥିବା ଦାବିପତ୍ରରେ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଫାଶୀ ଦେବା, ଦେଶରେ ନାରୀଙ୍କ ଉପରେ ଚାଲିଥିବା ନିର୍ଯାତନା, ଗଣଦୁଷ୍କର୍ମ, ହତ୍ୟା ବନ୍ଦ କରାଯାଉ। ଅଶ୍ଳୀଳ ଚଳଚ୍ଚିତ୍ର, ପୁସ୍ତକ, ପତ୍ର ପତ୍ରିକା ପ୍ରସାରଣ ବନ୍ଦ କରାଯାଉ, ମାଦକ ଦ୍ରବ୍ୟର ନିଷିଦ୍ଦ କରାଯାଉ, ଯୌତୁକ ଓ ଭ୍ରୁଣ ହତ୍ୟା ବନ୍ଦ କରାଯାଉ। ଏହି ସଭାକୁ ଅଲ ଇଣ୍ତିଆ ମହିଳା ସ˚ାସ୍କୃତିକ ସ˚ଗଠନ ବୈପାରିଗୁଡ଼ା ଶାଖା ସଭାନେତ୍ରୀ ଲକ୍ଷ୍ମୀ ବାରିକ ନେତୃତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧୢରେ ଋକ୍ମଣୀ ବାରିକ, ବାସନ୍ତି ଖରା, ନବୀନା ଖରା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe