ଧାଡ଼ି ଦର୍ଶନକୁ ସ୍ଥାନୀୟ ଲୋକଙ୍କ ଜୋରଦାର ବିରୋଧ : ସିଂହଦ୍ୱାର ସାମ୍‌ନାରେ ଧାରଣା

Advertisment
ଧାଡ଼ି ଦର୍ଶନକୁ ସ୍ଥାନୀୟ ଲୋକଙ୍କ ଜୋରଦାର ବିରୋଧ : ସିଂହଦ୍ୱାର ସାମ୍‌ନାରେ ଧାରଣା

ପୁରୀ : ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଥିବା ବେଳେ ପୁରୀ ବାସିନ୍ଦା ଏହାର ଜୋରଦାର ବିରୋଧ କରିଛନ୍ତି। ଏହି ଘଟଣାକୁ ନେଇ ରବିବାର ରାତିରେ ସିଂହଦ୍ୱାର ସାମ୍‌ନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଶତାଧିକ ଲୋକ ଧାରଣାରେ ବସିଥିଲେ।

publive-image

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ସେମାନେ ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସନ୍ଧ୍ୟା ଆଳତି, ବଡ଼ସିଂହାର ବେଶ ଆଦି ଦର୍ଶନ କରିଥାନ୍ତି। ଧାଡ଼ି ବ୍ୟବସ୍ଥା ଲାଗୁ ହେଲେ ସେମାନେ ଶ୍ରୀଜିଉଙ୍କ ‌ଦର୍ଶନରୁ ବଞ୍ଚିତ ହେବେ। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସେମାନଙ୍କୁ ସାଧାରଣ ଭକ୍ତଙ୍କ ଭଳି ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ। ଯାହାକି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ମନ୍ଦିର ପ୍ରଶାସନ ଏଭଳି ବ୍ୟବସ୍ଥା ଲାଗୁ କରି ପୁରୀ ବାସିନ୍ଦାଙ୍କୁ ମହାପ୍ରଭୁଙ୍କ ଦର୍ଶନରେ ବାଧା ପହଞ୍ଚାଇବା ନିମନ୍ତେ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ରିପୋର୍ଟ ଲେଖାଯିବା ବେଳକୁ ପୂର୍ବତନ କାଉନସିଲର ସଂଜୁଲତା କର ଏବଂ ଅନ୍ୟମାନେ ସିଂହଦ୍ୱାର ସାମନାରେ ଧାରଣାରେ ବସି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe