ନିମ୍ନମାନର ରାସ୍ତା କାମକୁ ବିରୋଧ

ନିମ୍ନମାନର ରାସ୍ତା କାମକୁ ବିରୋଧ

କୋରେଇ: କୋରେଇ ବ୍ଲକ୍ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତ ମହିଁଷାଗଡ଼ିଆ ଠାରୁ ସୋଲପାଟିଆ ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ ଚାଲିଛି। ପୂର୍ତ୍ତ ବିଭାଗର ଏହିରାସ୍ତା ପାଇଁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଏନେଇ କୌଣସି ସୂଚନା ଫଳକ ଲଗାଯାଇନାହିଁ। ରାସ୍ତାର ୩ କିଲୋମିଟର କଂକ୍ରିଟ କରାଯାଉଛି। ବିନା ସୂଚନା ଫଳକରେ ଚାଲିଥିବା କାମ ନିମ୍ନମାନର ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆକଳନ ଅନୁସାରେ ରାସ୍ତାର ଉଭୟ ପାର୍ଶ୍ବ ଖୋଳାଯାଇ ରୋଲିଂ ସହ ନିର୍ଦ୍ଦିଷ୍ଟ ମୋଟେଇର ଡବ୍ଲୁବିଏମ୍ (ୱାଟର ବାଇଣ୍ତିଂ ମେଟାଲ) କରିବାର ନିୟମ ରହିଛି।

ହେଲେ ଠିକାଦାର ମେଟାଲ ପରିବର୍ତ୍ତେ କେବଳ କ୍ରସର ଗୁଣ୍ତ ବ୍ୟବହାର କରୁଛନ୍ତି। ଫଳରେ ରାସ୍ତାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ରାସ୍ତାରେ ପ୍ରତିଦିନ ଶହଶହ ବାଲିଗାଡ଼ି ଯାତାୟାତ କରୁଛି। ବ୍ଲକ୍ କାର୍ଯ୍ୟାଳୟ, କୋରେଇ ମେଡିକାଲ, କୋରେଇ କଲେଜ ଆଦିକୁ ଏହି ରାସ୍ତାରେ ଶହଶହ ଲୋକ ଯାତାୟାତ କରନ୍ତି। ଏପରିକି କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ଇଲାକାର ଲୋକମାନେ ମଧ୍ୟ ଏହି ରାସ୍ତାରେ ବରୁଣ୍ତାଇ ବଜାରକୁ ଆସିଥାନ୍ତି। ହେଲେ ନିମ୍ନମାନର କାର୍ଯ୍ୟପାଇଁ ଅଳ୍ପ ଦିନରେ ରାସ୍ତାଟି ନଷ୍ଟ ହୋଇଯିବ ବୋଲି ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଯନ୍ତ୍ରୀ ବିରେନ୍ କୁମାର ବସୁଙ୍କୁ ପଚାରିବାରୁ, ଅଭିଯୋଗକୁ ଖଣ୍ତନ କରିବା ସହ ସୂଚନା ଫଳକ ଲାଗିନଥିବା ସ୍ବୀକାର କରିଛନ୍ତି। ତେବେ କାମ ସଠିକ୍ ଭାବେ ହେଉଥିବା ଶ୍ରୀ ବସୁ ଦୃଢ଼ୋକ୍ତି କରିବା ସହ ଆସନ୍ତାକାଲି ସେ ନିଜେ ଯାଇ ଏହାର ତଦାରଖ କରିବେ ବୋଲି କହିଛନ୍ତି। ତେବେ ଠିକଣା ଢଙ୍ଗରେ କାମ ନହେଲେ ଆନ୍ଦୋଳନ କରିବେ ବୋଲି ସୋଲପାଟିଆ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe