ଓଡ଼ିଆ ଭାଷାକୁ ଅଣଦେଖା ଘଟଣାର ପ୍ରତିବାଦ: ଝାଡ଼ଖଣ୍ଡରେ ତାତିଲେ ଓଡ଼ିଆ ଭାଷାଭାଷୀ

Advertisment

ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା, ଘଟଣାର ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ସମାଜବାଦୀ ପାର୍ଟି

ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା, ଘଟଣାର ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ସମାଜବାଦୀ ପାର୍ଟି

ଓଡ଼ିଆ ଭାଷାକୁ ଅଣଦେଖା ଘଟଣାର ପ୍ରତିବାଦ: ଝାଡ଼ଖଣ୍ଡରେ ତାତିଲେ ଓଡ଼ିଆ ଭାଷାଭାଷୀ

ରାଇରଙ୍ଗପୁର/ଭୁବନେଶ୍ବର: ଓଡ଼ିଆ ଭାଷାକୁ ଅଣ‌ଦେଖା ପ୍ରତିବାଦରେ ଝାଡ଼ଖଣ୍ଡରେ ଆଜି ଓଡ଼ିଆ ଭାଷାଭାଷୀ ତାତି ଉଠିଛନ୍ତି। ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ଝାଡ଼ଖଣ୍ତ ସରକାର ଦାବିଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଝାଡ଼ଖଣ୍ତରେ ଓଡ଼ିଆ ଭାଷାକୁ ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ସରକାର ଦ୍ବିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ କରିଥିଲେ। ତେବେ ୨୦୨୧-୨୨ ଶିକ୍ଷାବର୍ଷରୁ ଏହାକୁ ଉଚ୍ଛେଦ କରିବାପାଇଁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ଷଢ଼େଇକଳା-ଖରସୁଆଁ, ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ସମେତ ଅନ୍ୟ କିଛି ଜିଲ୍ଲାରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ବ ଓଡ଼ିଆ ଭାଷାଭାଷୀଙ୍କ ପିଲାମାନେ ଚାହିଁଲେ ବି ନିଜ ମାତୃଭାଷାରେ ପାଠ ପଢ଼ିପାରିବେ ନାହିଁ। ୨୦୧୧ ମସିହା ପରଠାରୁ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳ ପାଇଁ ସହାୟତା ଯୋଗାଉଥିବାବେଳେ ଝାଡ଼ଖଣ୍ତ ସରକାର ଓଡ଼ିଆମାନଙ୍କ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହାନ୍ତି। ଏହାବ୍ୟତୀତ କିଛିଦିନ ପୂର୍ବରୁ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଓଡ଼ିଆ ଭାଷାକୁ ସ୍ଥାନ ନ ଦେଇ ଅନ୍ୟାନ୍ୟ ରାଜ୍ୟଭାଷାକୁ ସ୍ଥାନ ଦିଆଯାଇଥିଲା। ଫଳରେ, ଝାଡ଼ଖଣ୍ତରେ ବସବାସ କରୁଥିବା ଶିକ୍ଷିତ ଓଡ଼ିଆ ଯୁବକଯୁବତୀମାନେ ନିଜ ମାତୃଭାଷାରେ ପରୀକ୍ଷା ଦେବାରୁ ବଞ୍ଚିତ ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଏ ନେଇ ଆଜି ଝାଡ଼ଖଣ୍ତର ବିଭିନ୍ନ ଜିଲ୍ଲାର ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଆଜି ଷଢ଼େଇକଳା-ଖରସୁଆଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ଝାଡ଼ଖଣ୍ତ ସରକାର ପୂରଣ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଝାଡ଼ଖଣ୍ଡରେ ବସବାସ କରୁଥିବା ଓଡ଼ିଆ। ଦାବିପତ୍ର ପ୍ରଦାନ ସମୟରେ ଅଶୋକ ଷଡ଼ଙ୍ଗୀ, ମିନାକ୍ଷୀ ପଟ୍ଟନାୟକ, ରୀତାରାଣୀ ନନ୍ଦ, ସବିତା ପଟ୍ଟନାୟକ, ଅଞ୍ଜନ ପଟ୍ଟନାୟକ, ସରୋଜ ପ୍ରଧାନ, ଦୁଃଖୁରାମ ସାହୁ, ଗୋଲକ ପ୍ରଧାନ, ମନୋହରପୁରର ପୂର୍ବତନ ବିଧାୟକ ଗୁରୁଚରଣ ନାଏକ, ପ୍ରଦୀପ କୁମାର ଦାସ, ରାଜୁ ସିଂହଦେଓଙ୍କ ସମେତ ଶତାଧିକ ଓଡ଼ିଆ ଭାଷାଭାଷୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ଏହି ଘଟଣାରେ ମଧ୍ୟ ହସ୍ତକ୍ଷେପ କରି କୋଟିଆ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe