ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖର ମୋନାର ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ

Advertisment
ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖର ମୋନାର ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ

ଭୁବନେଶ୍ୱର : ମଦ ଦୋକନୀ ମାନଙ୍କୁ ପୁରଷ୍କାର ଦେବା ବାବଦରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପକ୍ଷରୁ ପ୍ରସ୍ତାବ ଆସିବା ପରେ ଏହାକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଇଛି । ତେବେ ମୋନାର ଏକ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ ଆଲୋଚନା କରି ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଂଜନ ପୂଜାରୀ ଏହି ପ୍ରସ୍ତାବକୁ ଆଦୌ ଲାଗୁ କରାଯିବ ନାହିଁ ଏବଂ ଏହା ସହ ସରକାର କୌଣସି ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଏ ସଂପର୍କରେ ସୂଚନା ଦେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି କହିଛନ୍ତିି ଯେ, ‘ଅବକାରୀ ମନ୍ତ୍ରୀଙ୍କ ସହ ଆଲୋଚନା ଅତ୍ୟନ୍ତ ସକରାତ୍ମକ ରହିଛି । ମନ୍ତ୍ରୀ ପୂଜାରୀ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଦ୍ୱାରା ମଦ ଦୋକାନୀ ମାନଙ୍କୁ ପୁରଷ୍କାର ଦିଆଯିବା ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ଏହା ସହ ସେ ତାଙ୍କ କାର୍ଯ୍ୟକାଳରେ କୌଣସି ନୂତନ ମଦ ଦୋକାନ ପାଇଁ ଲାଇସେନ୍‌ସ ନଦେବାକୁ ପ୍ରତିଶୃତି ଦେଇଥିଲେ ।

ଏହା ପୂର୍ବରୁ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପକ୍ଷରୁ ବିଧାନସଭାରେ ମଦ ଦୋକାନୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିବା ପ୍ରସ୍ତାବ ବିରୋଧରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଥିଲେ । ଏଥିରେ ସଙ୍ଗଠନର ୫୦ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଆଜିର ଏହି ଗଣଧାରାଣାରେ ଇନ୍ଦୁମତୀ ସାହୁ, ପ୍ରତୀ ନାୟକ, କାଞ୍ଚନବାଳା ଜତି, ବାଣୀ ଦାସ, ବନ୍ଦିତା ଦାସ, ମଳୟ କୁମାର ତ୍ରିପାଠୀ, ରମାକାନ୍ତ ମଣ୍ଡଳ, କାହ୍ମୁଚରଣ ବେଉରା, ସତ୍ୟବ୍ରତ ପୃଷ୍ଟି, ଖଗେଶ୍ୱର ବଳ, ଅର୍ଜୁନ ସାମ‘ରାୟ, ବିଜୟ ସ୍ୱାଇଁ ଇତ୍ୟାଦି ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe