କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ: କ୍ୟାଣ୍ଟନମେଣ୍ଟ ରୋଡରେ ବିକ୍ଷୋଭ

Advertisment
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ: କ୍ୟାଣ୍ଟନମେଣ୍ଟ ରୋଡରେ ବିକ୍ଷୋଭ

କଟକ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ଆର୍ମି ନିଯୁକ୍ତି ଅଫିସ ପାଖରେ ବି ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି ପ୍ରତିବାଦ କରାଯାଇଛି। କଟକର କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ଆର୍ମି ନିଯୁକ୍ତି ଅଫିସ ସମ୍ମୁଖରେ ଶତାଧିକ ଯୁବକ ରାସ୍ତା ଉପରେ ହାତରେ ଠେଙ୍ଗା ଧରି ଦୌଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି।

କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି। ତେବେ ସେନାରେ ଭର୍ତ୍ତି ନେଇ ନୂଆ ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଥିବା ବେଳେ ଆଜି କଟକରେ ଏଭଳି ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପ୍ରତିବାଦକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛି। ପରେ ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇଛି।

ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ବିହାରରେ ବିକ୍ଷୋଭକାରୀମାନେ ଟ୍ରେନ୍ ପୋଡ଼ିଦେଇଥିବାର ଖବର ବି ସାମ୍ନାକୁ ଆସିଛି। ଅଗ୍ନିପଥ ଯୋଜନାରେ ୪ ବର୍ଷିଆ ସ୍କିମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାର ଆର୍ମିରେ ସେବା କରିବା ପାଇଁ ଗତ ମଙ୍ଗଳବାର ଅଗ୍ନିପଥ ସ୍କିମ ନାମରେ ଏକ ଯୋଜନା ଆଣିଥିଲେ। ବିରୋଧ ପରେ ସରକାରରେ ଏହାର କେତେକ ନିୟମରେ ପରିବର୍ତ୍ତନ କରିଥିଲେବି ଆନ୍ଦୋଳନ ଥମିବାର ନାଆଁ ନେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe