ଅଘୋଷିତ ବିଦ୍ୟୁତକାଟର ପ୍ରତିବାଦ: ଢେଙ୍କାନାଳରେ ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କର୍ମୀ

Advertisment
ଅଘୋଷିତ ବିଦ୍ୟୁତକାଟର ପ୍ରତିବାଦ: ଢେଙ୍କାନାଳରେ ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କର୍ମୀ

ଢେଙ୍କାନାଳ: ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଢେଙ୍କାନାଳ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନୀଲ ଶର୍ମା ଓ ବରଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ସହର ଉପକଣ୍ଠ କଲେଜ ବାଇପାସରେ ଥିବା  ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ। ପରେ ଅଫିସରେ ତାଲା ପକାଇଥିଲେ ଉତ୍ତ୍ୟକ୍ତ ବିଜେପି କର୍ମୀ।

publive-image

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାରେ ଘନଘନ ବିଦ୍ୟୁତ କାଟକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ଷା ପବନ ନ ହୋଇ ବି ଟିପିସିଓଡିଏଲ ପକ୍ଷରୁ ଅଯଥା ବିଦ୍ୟୁତ କାଟ ହେଉଛି। ଖାଲି ସେତିକି ନୁହେଁ ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଆସୁଥିବା ନେଇ ମଧ୍ୟ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe