ଅଧିକାର ଦାବିରେ ଧାରଣା ବସିଛନ୍ତି ପୁରୀର ଶୁଭଲକ୍ଷ୍ମୀ ଓ ସମ୍ବଲପୁରର ଝିଅ ଅଲି

Advertisment
ଅଧିକାର ଦାବିରେ ଧାରଣା ବସିଛନ୍ତି  ପୁରୀର ଶୁଭଲକ୍ଷ୍ମୀ ଓ ସମ୍ବଲପୁରର ଝିଅ ଅଲି

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ବିଜୟରାମଚନ୍ଦ୍ରପୁର ଜିରାଖଣ୍ଡି ଅଞ୍ଚଳର ଶୁଭଲକ୍ଷ୍ମୀ ପ୍ରଧାନ ଆଜି ପୁଅକୁ ସାଙ୍ଗରେ ଧରି ଶାଶୂଘର ଦୁଆରେ ଧାରଣାରେ ବସିଛନ୍ତି। ଶାଶୂଘରେ ରହିବା ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ଘରେ ପୂରାଇ ଦିଆଯାଇ ନଥିବାରୁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି। ୨୦୧୫ ମସିହାରେ ଶୁଭଲକ୍ଷ୍ମୀ ବାଙ୍କିମୁହାଣ ଅଞ୍ଚଳରେ ରହୁଥିବା ପଙ୍କଜ ପ୍ରଧାନଙ୍କ ପୁଅ ପ୍ରହଲ୍ଲାଦଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଶୁଭଲକ୍ଷ୍ମୀ ୫ ମାସର ଅନ୍ତସ୍ବତ୍ତ୍ବା ଥିବାବେଳେ ଶ୍ବଶୁର ଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବାରୁ ସେ ବାପଘରକୁ ଚାଲିଯାଇଥିଲେ। ଏହାପରେ ମାମଲା କୋର୍ଟକୁ ଯାଇଥିଲା। ଏହି ମାମଲା ଏବେ ବିଚାରଧୀନ ରହିଛି।

ରିଆମାଳ: ପତ୍ନୀର ସ୍ବୀକୃତି ଦାବିକରି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ହିଁତସରା ଗ୍ରାମର ନୀଳମଣି ସାହୁଙ୍କ ଝିଅ ଅଲି (୨୭) ଆଜି ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି। ୮ ବର୍ଷ ପୂର୍ବରୁ ବାବରାକୋଟ ଗ୍ରାମର ସଞ୍ଜୟ ସାହୁ (୩୪) ଓ ଅଲୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ବିବାହ ପ୍ରତିଶ୍ରୁତି ଦେଇ ସଞ୍ଜୟ ଶାରୀରିକ ସମ୍ପର୍କ ରଖୁଥିବାବେଳେ ସାହାଯ୍ୟ ଆଳରେ ଅଲିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଣିଥିଲା। ୨୦୧୯ ପରେ ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିଲେ ସଞ୍ଜୟ। ଅଲି ଏ ସମ୍ପର୍କରେ ଜାଣି ପାରି ନାକଟିଦେଉଳ ଥାନାର ଦ୍ବାରସ୍ଥ ହୋଇଥିଲେ। ଦୁଷ୍କର୍ମ ଓ ଠକେଇ ମାମାଲାର ଏତଲା ଦେବାପରେ ପୁଲିସ୍ ସଞ୍ଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସଞ୍ଜୟ ଜେଲ୍ ଯାଇଥିଲେ। ଇତିମଧ୍ୟରେ ଅଲିଙ୍କୁ ବିବାହ କରିବି କହି ରାଜି ହେବାରୁ ତାଙ୍କ ସହାୟତାରେ ସଞ୍ଜୟ ଦେଢ ବର୍ଷ ପରେ ବେଲରୁ ବାହାରିଥିଲେ। ମାତ୍ର ପୁଣି ବିବାହ ପାଇଁ ମନା କରିବାରୁ ଶେଷରେ ଅଲି କୌଣସି ଉପାୟ ନପାଇ ଧାରଣାରେ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe