ବିଦ୍ୟୁତ୍ ସଂଯୋଗ ପାଇଁ ବଢ଼ିଲା ଅସନ୍ତୋଷ : ପୁରୀ-ସାତପଡ଼ା ରାଜପଥ ୮ ଘଣ୍ଟା ବନ୍ଦ

Advertisment
ବିଦ୍ୟୁତ୍ ସଂଯୋଗ ପାଇଁ ବଢ଼ିଲା ଅସନ୍ତୋଷ : ପୁରୀ-ସାତପଡ଼ା ରାଜପଥ ୮ ଘଣ୍ଟା ବନ୍ଦ

ବ୍ରହ୍ମଗିରି : ଅତି ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ମାସେ ବିତିଯାଇଥିଲା ବେଳେ ବ୍ରହ୍ମଗିରି ଅଞ୍ଚଳରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରି ନାହିଁ। ବ୍ରହ୍ମଗିରି ବଜାର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ହୋଇଛି। ମାତ୍ର ଗାଁ ଗହଳିରେ ଆଜି ସୁଦ୍ଧା କାମ ଆରମ୍ଭ ହୋଇ ନାହିଁ। ଫଳରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଦ୍ୟୁତ୍ ସଂଯୋଗ ବିଳମ୍ବିତ ହେଉଥିବାରୁ ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ରେଣ୍ତା ଓ ଆଖପାଖ ଗ୍ରାମର ଲୋକମାନେ ପୁରୀ-ସାତପଡା ରାଜପଥର ରେଣ୍ଢା ଛକ ଠାରେ ରାସ୍ତାରୋକ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟାରେ ବ୍ରହ୍ମଗିରିରେ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଥିଲା ବେଳେ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ରେଣ୍ଢା ଓ ଏହାର ଆଖପାଖ ୪ଟି ଗାଁରେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିବାରୁ ଲୋକମାନେ ଏସଂପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ। ବିଭାଗୀୟ ଅଧିକାରୀ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଏହା ପୂରଣ ନ ହେବାରୁ ଆଜି ଉତ୍ୟକ୍ତ ଲୋକମାନେ ପୁରୀ–ସାତପଡା ରାଜପଥରେ ବଡ଼ ବଡ଼ କାଠ ଗଣ୍ଡି ଓ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଫଳରେ ରାସ୍ତା ଉପରେ ଶହ ଶହ ଯାନବାହନ ଅଟକି ରହିଥିଲା। ଏମିତିକି ରୋଗୀ ଆଣିବାକୁ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଯାଇ ପାରି ନଥିଲା। ଅପରାହ୍ନ ୩ଟା ବେଳକୁ ପ୍ରଶାସନିକ ଅଧିକାରୀ, ବିଦ୍ୟୁତ୍ ବିଭାଗର ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe